BJD Bijuli 480×75 Mob

ନିକ୍ ଓ ପ୍ରିୟଙ୍କାଙ୍କ ସର୍ମ୍ପକକୁ ନେଇ କଣ କହିଲେ ନିକ୍ ଙ୍କ ପୂର୍ବତନ ପ୍ରେମିକା

BJD Bijuli 480×75 Mob
0

ମୁମ୍ବଇ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମେରୀକିୟ ଗାୟକ ନିକ ଜୋନଙ୍କ ସହ ପୂର୍ବ ମାସରେ ହିଁ ନିର୍ବନ୍ଧ କରିଛନ୍ତି। ବହୁଶୀଘ୍ର ଏହି ଦୁଇ ଯୋଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନିକ ଜୋନ୍ସ ଅଭିନେତ୍ରୀ ପ୍ରିୟଙ୍କାଙ୍କ ଠାରୁ ବୟସରେ ୧୦ ବର୍ଷ ଛୋଟ ହୋଇଥିବାରୁ ଏହି ସମ୍ପର୍କକୁ ନେଇ ବହୁ ଲୋକ ଭିନ୍ନ ମତପୋଷଣ କରୁଛନ୍ତି। ଏହି ସମୟରେ ନିକ ଜୋନ୍ସଙ୍କ ପୂରୁଣା ପ୍ରେମିକା ଅଲିବା କଲ୍ପୋ କହିଛନ୍ତି, ପ୍ରିୟଙ୍କା ନିକ୍ସଙ୍କ ବିବାହ ଖବର ଶୁଣି ମୁଁ ଖୁସି। ପିପୁଲ୍ସ ଡଟ କମ ଖବର ଅନୁସାରେ ୨୦୧୨ରେ ଅଲିବା କଲ୍ପୋ ମିସ୍‍ ୟୁନିଭର୍ସ ମୁକୁଟ ଜିତିଥିଲେ। ନିକ ଜୋନ୍ସ ଓ ଅଲବିଆଙ୍କ ମଧ୍ୟରେ ଥିବା ସମ୍ପର୍କ ୨୦୧୫ରେ ହିଁ ଶେଷ ହୋଇଯାଇଛି। ଏକ ସଚ୍ଚା ପ୍ରେମ ସମ୍ପର୍କ ଗଢିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ ବୋଲି ନିକ୍ସ କହିଛନ୍ତି। ସେ ଯାହାକୁ ବି ଗ୍ରହଣ କରନ୍ତୁ ଭଲରେ ରୁହନ୍ତୁ ଏବଂ ଜୀବନର ସବୁ ଖୁସି ମିଳୁ ବୋଲି ଅଲିବା କହିଛନ୍ତି।

Leave A Reply