ନାଇଜେରିଆରେ ତୈଳ ପାଇପ୍ ଲାଇନ୍ରେ ବିସ୍ଫୋରଣ ଘଟି ୫୦ ନିଖୋଜ
![](https://samajalive.in/wp-content/uploads/2024/11/samajaplaceholder-750x430.jpg)
ନାଇଜେରିଆ..- ନାଇଜେରିଆରେ ତୈଳ ପାଇପ୍ ଲାଇନ୍ରେ ବିସ୍ଫୋରଣ ହେବାରୁ ୫୦ ଜଣ ନିଖୋଜ ହୋଇଯାଇଥିବାର ସୂଚନା ମିଳିଛି । ନାଇଜେରିଆର ବାୟେରସା ରାଜ୍ୟରେ ଥିବା ନିମ୍ବେ କିଙ୍ଗଡମ୍ ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ହେବା ପରେ ପ୍ରଚୁର ପରିମାଣରେ ପେଟ୍ରୋଲିୟମ ତୈଳ ସେହି ଅଞ୍ଚଳରେ ବ୍ୟାପି ଯାଇଥିଲା
![prayash](https://samajalive.in/wp-content/uploads/2024/12/prayash.jpg)
ଏହାପରେ ଲୋକମାନେ ସେହି ସ୍ଥାନ ଛାଡି ଯିବା ପାଇଁ ଦୌଡା ଦୌଡି କରିଥିଲେ । ଫଳରେ ସେହି ସ୍ଥାନାରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ପ୍ରାଥମିକ ସୂଚନା ମିଳିଛି । ଏହି ପାଇପ୍ ଲାଇନ ଏଜିଆଇପି, ଓଆନଣ୍ଡୋ ଓ ସେଲ୍ ପେଟ୍ରୋଲିୟମର ବୋଲି ଜଣା ପଡିଛି ।
ନାଇଜେରିଆରେ ଚୋରି ଓ ବେଆଇନ୍ ତୈଳ ଶୋଧନ ଯୋଗୁଁ ଅଧିକାଂଶ ତୈଳ ପାଇପ୍ ଲାଇନ୍ରେ ବିସ୍ଫୋରଣ ଘଟିଥାଏ ।
![kalyan agarbati](https://samajalive.in/wp-content/uploads/2025/01/kalyani-adv.jpg)