www.samajalive.in
Sunday, December 7, 2025
14.1 C
Bhubaneswar

ମୁଖ୍ୟ ସଚିବ ଓ ଜିଲାପାଳଙ୍କୁ ଜବାବ ତଲବ

ନୂଆଦିଲ୍ଲୀ : ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ କୋରାପୁଟ ଜିଲାର ୬୮ଟି ଗ୍ରାମର ଲୋକ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ, ବିଜୁଳି ଓ ଟେଲିଫୋନ ନେଟୱାର୍କ ଆଦି ମୌଳିକ ସୁବିଧାରୁ ବଞ୍ଚିତ ଅଭିଯୋଗର ବିଚାର କରି ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ମୁଖ୍ୟ ସଚିବ ଓ କୋରାପୁଟ ଜିଲାପାଳଙ୍କୁ ଜବାବ ତଲବ କରିଛନ୍ତି । ପୂର୍ବରୁ ଜିଲାର ୪୩ଟି ଗ୍ରାମରେ ମୌଳିକ ସୁବିଧାର ଅଭାବ ପ୍ରସଙ୍ଗରେ କୋରାପୁଟ ଜିଲାପାଳ ଜବାବ ଦାଖଲ କରିବାରେ ବିଫଳ ହେବାରୁ ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୫ ସୁଦ୍ଧା ଆୟୋଗରେ ତଥ୍ୟ ଉପସ୍ଥାପନ କରିବାକୁ ଏନଏଚଆରସି ନିର୍ଦେଶ ଦେଇଛନ୍ତି। ଆୟୋଗରେ ମାନବାଧିକାର କର୍ମୀ ତଥା ଆଇନଜୀବି ରାଧାକାନ୍ତ ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାର ଅନେକ ଅଞ୍ଚଳରେ ସରକାରୀ ସୁବିଧା ପହଞ୍ଚି ପାରିନାହିଁ । ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମରେ ଗୁଞ୍ଜିଆଗୁଡ଼ା, ମାଝୀଗୁଡ଼ା, ଛୁଆଫୁଲ, ବିଲପୁଟ, ଡ଼ୁମୁରୀଗୁଡ଼ା, ରାଇପଡ଼ା, ବଡ଼ଗାଁ, ବୁରୁଡ଼ି ସାହି, ପାଟାଙ୍ଗୀ, କଟ୍ରାଗୁଡ଼ା, ଲେଞ୍ଜିଗୁଡ଼ା, ମାଳିଗୁଡ଼ା, ଘସବାନକିଗୁଡ଼ା, ଗଣ୍ଡଡ଼୍ରିଗୁ ଆଦି ରହିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories