www.samajalive.in
Monday, December 15, 2025
16.1 C
Bhubaneswar

ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ଚାଲିଛି ଜମି ଅଧଗ୍ରହଣ ପ୍ରକ୍ରିୟା, ବିସ୍ଥାପିତଙ୍କୁ ମିଳିବ କ୍ଷତିପୂରଣ

ଡେସ୍କ: ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ସୀମାନ୍ତରେ ପ୍ରସ୍ତାବିତ କେନ୍ଦ୍ର ସରକାରଙ୍କ ନବରତ୍ନ କମ୍ପାନୀ ନେବେଲି ଲିଗନାଇଟ କର୍ପୋରେସନ ଲିମିଟେଡ଼ର ଚତୁର୍ଥ ଆରପିଡାକ ବୈଠକ ଝାରସୁଗୁଡ଼ା ଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଛି। ନେବେଲି ଲିଗନାଇଟ କର୍ପୋରେସନ ଲିମିଟେଡ଼ ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ଜମି ଅଧଗ୍ରହଣ ପ୍ରକ୍ରିୟା ଚାଲିଛି। ବିସ୍ଥାପିତ ହେବାକୁ ଥିବା ସମସ୍ତ ଲୋକଙ୍କୁ ସରକାରଙ୍କ ନୀତି ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି ।


ଏପରିକି ପ୍ରକଳ୍ପ ଅଞ୍ଚଳରେ ସରକାରୀ ଜମିରେ ବସବାସ କରୁଥିବା ୪୦ଟି ପରିବାରକୁ ବିସ୍ଥାପନ ବାବଦକୁ ସମସ୍ତ କ୍ଷତିପୂରଣ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଉତ୍ତରାଞ୍ଚଳ ଆରଡିସି ସଚିନ ରାମ ଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି, ସମ୍ବଲପୁର ଆଇଜି ହିମାଂଶୁ ଲାଲ୍, ନେବେଲି ଲିଗନାଇଟ କର୍ପୋରେସନ ଲିମିଟେଡ଼ ପାୱାରର ବରିଷ୍ଠ ଅଧିକାରୀଙ୍କ ସମେତ ଉଭୟ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଆରକ୍ଷୀ ଅଧିକ୍ଷକ ସ୍ମିତ ପର୍ମାର୍, ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୋଗ ଦେଇଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories