୪୮ ଘଣ୍ଟା ମଧ୍ୟରେ ପ୍ରେସ୍ ସେବା ପୋର୍ଟାଲରେ ଅପଲୋଡ଼ ହେବ ଖବରକାଗଜ

ଡେସ୍କ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ପ୍ରେସ ଏବଂ ପତ୍ରିକା ପଞ୍ଜୀକରଣ ନିୟମ ୨୦୨୪ର ଡ୍ରାଫ୍ଟ ସମ୍ବନ୍ଧରେ ମତାମତ ଏବଂ ପରାମର୍ଶ ଲୋଡିଛି। ହିତାଧିକାରୀ ଏବଂ ସାଧାରଣ ଜନତା ଫେବୃଆରୀ ୪ ତାରିଖ ସୁଦ୍ଧା amarendra.singh@nic.in କୁ ଇମେଲ ଜରିଆରେ ସେମାନଙ୍କର ମତାମତ ଏବଂ ପରାମର୍ଶ ପଠାଇ ପାରିବେ।

ସ୍ୱସ୍ତି ମେହୁଲଙ୍କ ‘ରାମ ଆଏଙ୍ଗେ’ ଭଜନକୁ ମୋଦୀଙ୍କ ପ୍ରଶଂସା

ଡ୍ରାଫ୍ଟ ନିୟମ ଅନୁଯାୟୀ, ଖବରକାଗଜ ପ୍ରକାଶନର ୪୮ ଘଣ୍ଟା ମଧ୍ୟରେ ପ୍ରକାଶକ ପ୍ରେସ୍ ସେବା ପୋର୍ଟାଲରେ ଖବରକାଗଜର ଇଲେକ୍ଟ୍ରୋନିକ୍ ସଂସ୍କରଣ ଅପଲୋଡ୍ କରିବେ। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରକାଶକ ଖବରକାଗଜର ଏକ କପି ସୂଚନା କାର୍ଯ୍ୟାଳୟକୁ ପ୍ରତି ମାସର ୫ ତାରିଖ ସୁଦ୍ଧା ପଠାଇବେ। ପ୍ରକାଶକ ନିୟମିତ ରିଟର୍ଣ୍ଣ ଦାଖଲ ନକଲେ ପ୍ରକାଶକଙ୍କ ବ୍ୟବସାୟିକ କାଗଜପତ୍ର ଏବଂ ଅନ୍ୟାନ୍ୟ ରେକର୍ଡର ଯାଞ୍ଚ କରାଯିବ। ପ୍ରେସ୍ ରେଜିଷ୍ଟ୍ରାର୍ ଜେନେରାଲ୍ କେବଳ ଦିନକୁ ୨୫ ହଜାର କପି କିମ୍ବା ତା’ଠାରୁ ଅଧିକ ହୋଇଥିଲେ ଯାଞ୍ଚ କରିବେ।

Comments are closed.