www.samajalive.in
Wednesday, December 10, 2025
26.1 C
Bhubaneswar

ଦିନକୁ ମେଟ୍ରୋ ରେଳରେ ଯାତ୍ରା କରୁଛନ୍ତି ୧ କୋଟିରୁ ଅଧିକ

ଡେସ୍କ: ସରକାର କହିଛନ୍ତି ଯେ ଦେଶର ସମସ୍ତ ମେଟ୍ରୋ ରେଳ ବ୍ୟବସ୍ଥାରେ ପ୍ରତିଦିନ ଏକ କୋଟିରୁ ଅଧିକ ଲୋକ ଯାତ୍ରା କରୁଛନ୍ତି ଏବଂ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ସଂଖ୍ୟା ୧ କୋଟି ୨୫ ଲକ୍ଷକୁ ବୃଦ୍ଧି ପାଇପାରେ। ଭାରତୀୟ ମେଟ୍ରୋ ରେଳ ବ୍ୟବସ୍ଥା ବିଷୟରେ ଏକ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ଲେଖା ପ୍ରସଙ୍ଗରେ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଏହି ବିବୃତ୍ତି ଜାରି କରିଛି। ମନ୍ତ୍ରଣାଳୟ ଏହି ଲେଖାକୁ ବିଭ୍ରାନ୍ତିକର ବୋଲି କହି ପ୍ରତ୍ୟାଖ୍ୟାନ କରିଛି।

- Advertisement -

ମନ୍ତ୍ରଣାଳୟ କହିଛି ଯେ ୨୦୨୩ ମସିହାରେ ଦିଲ୍ଲୀ ମେଟ୍ରୋରେ ଦୈନିକ ଯାତ୍ରୀଙ୍କ ସଂଖ୍ୟା ଆକଳନଠାରୁ ବହୁତ ଅଧିକ ହୋଇଛି। ଦିଲ୍ଲୀ ମେଟ୍ରୋରେ ପ୍ରତିଦିନ ୭୦ ଲକ୍ଷରୁ ଅଧିକ ଲୋକ ଯାତ୍ରା କରୁଛନ୍ତି। ଏକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ କେବଳ ବସ୍ ସେବା ମାଧ୍ୟମରେ ବୃଦ୍ଧି ପାଉଥିବା ଭିଡ ଦୂର କରିବା ସମ୍ଭବ ନୁହେଁ ତେଣୁ ଦିଲ୍ଲୀ ମେଟ୍ରୋ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରିଛି।

ସ୍ୱସ୍ତି ମେହୁଲଙ୍କ ‘ରାମ ଆଏଙ୍ଗେ’ ଭଜନକୁ ମୋଦୀଙ୍କ ପ୍ରଶଂସା

ମନ୍ତ୍ରଣାଳୟ କହିଛି ଯେ ଭାରତରେ ସମସ୍ତ ପ୍ରକାର ସାର୍ବଜନୀନ ପରିବହନ ବ୍ୟବସ୍ଥା ଜରୁରୀ ଅଟେ। ସୁବିଧାଜନକ, ନିର୍ଭରଯୋଗ୍ୟ ଏବଂ ଦକ୍ଷ ପରିବହନ ବିକଳ୍ପ ଯୋଗାଇବାକୁ ସରକାର ପ୍ରତିବଦ୍ଧ। ନିକଟରେ ସରକାର ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା ଆରମ୍ଭ କରିଛନ୍ତି। ପାଞ୍ଚରୁ ଚାଳିଶ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରରେ ୧୦ ହଜାର ଇ-ବସ୍ ଚଳାଚଳ କରିବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories