www.samajalive.in
Sunday, December 14, 2025
26.1 C
Bhubaneswar

ଦିନକୁ ମେଟ୍ରୋ ରେଳରେ ଯାତ୍ରା କରୁଛନ୍ତି ୧ କୋଟିରୁ ଅଧିକ

ଡେସ୍କ: ସରକାର କହିଛନ୍ତି ଯେ ଦେଶର ସମସ୍ତ ମେଟ୍ରୋ ରେଳ ବ୍ୟବସ୍ଥାରେ ପ୍ରତିଦିନ ଏକ କୋଟିରୁ ଅଧିକ ଲୋକ ଯାତ୍ରା କରୁଛନ୍ତି ଏବଂ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ସଂଖ୍ୟା ୧ କୋଟି ୨୫ ଲକ୍ଷକୁ ବୃଦ୍ଧି ପାଇପାରେ। ଭାରତୀୟ ମେଟ୍ରୋ ରେଳ ବ୍ୟବସ୍ଥା ବିଷୟରେ ଏକ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ଲେଖା ପ୍ରସଙ୍ଗରେ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଏହି ବିବୃତ୍ତି ଜାରି କରିଛି। ମନ୍ତ୍ରଣାଳୟ ଏହି ଲେଖାକୁ ବିଭ୍ରାନ୍ତିକର ବୋଲି କହି ପ୍ରତ୍ୟାଖ୍ୟାନ କରିଛି।

- Advertisement -

ମନ୍ତ୍ରଣାଳୟ କହିଛି ଯେ ୨୦୨୩ ମସିହାରେ ଦିଲ୍ଲୀ ମେଟ୍ରୋରେ ଦୈନିକ ଯାତ୍ରୀଙ୍କ ସଂଖ୍ୟା ଆକଳନଠାରୁ ବହୁତ ଅଧିକ ହୋଇଛି। ଦିଲ୍ଲୀ ମେଟ୍ରୋରେ ପ୍ରତିଦିନ ୭୦ ଲକ୍ଷରୁ ଅଧିକ ଲୋକ ଯାତ୍ରା କରୁଛନ୍ତି। ଏକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ କେବଳ ବସ୍ ସେବା ମାଧ୍ୟମରେ ବୃଦ୍ଧି ପାଉଥିବା ଭିଡ ଦୂର କରିବା ସମ୍ଭବ ନୁହେଁ ତେଣୁ ଦିଲ୍ଲୀ ମେଟ୍ରୋ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରିଛି।

ସ୍ୱସ୍ତି ମେହୁଲଙ୍କ ‘ରାମ ଆଏଙ୍ଗେ’ ଭଜନକୁ ମୋଦୀଙ୍କ ପ୍ରଶଂସା

ମନ୍ତ୍ରଣାଳୟ କହିଛି ଯେ ଭାରତରେ ସମସ୍ତ ପ୍ରକାର ସାର୍ବଜନୀନ ପରିବହନ ବ୍ୟବସ୍ଥା ଜରୁରୀ ଅଟେ। ସୁବିଧାଜନକ, ନିର୍ଭରଯୋଗ୍ୟ ଏବଂ ଦକ୍ଷ ପରିବହନ ବିକଳ୍ପ ଯୋଗାଇବାକୁ ସରକାର ପ୍ରତିବଦ୍ଧ। ନିକଟରେ ସରକାର ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା ଆରମ୍ଭ କରିଛନ୍ତି। ପାଞ୍ଚରୁ ଚାଳିଶ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରରେ ୧୦ ହଜାର ଇ-ବସ୍ ଚଳାଚଳ କରିବ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories