www.samajalive.in
Sunday, December 14, 2025
26.1 C
Bhubaneswar

ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର

ଭୁବନେଶ୍ବର: ଆଇନ୍‌ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର ହୋଇଥିବା ସୂଚନା ମିଳିଛି। ନାବାଳକୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଉଥିବାବେଳେ ମନ୍ତ୍ରୀଙ୍କ ଗାଡ଼ିକୁ ଲୋକେ ଗୋଡ଼ାଇଥିଲେ। କଲ୍ୟାଣସିଂହପୁର ଥାନା ବେଲକଣାରେ ଦୁର୍ଘଟଣା ଘଟାଇ ପଳାଇଥିଲେ। ଦୁର୍ଘଟଣାସ୍ଥଳଠାରୁ କିଛି ଦୂରରେ ବାଇକରେ ଗୋଡ଼େଇ ମନ୍ତ୍ରୀଙ୍କ ଗାଡ଼ିକୁ ଲୋକେ ଧରିଲେ। ଗୁରୁତର ଆହତ ନାବାଳକକୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ନାବାଳକର ଘର ବିଷମ କଟକ ଏବଂ ସେ ବେଲକଣା ବନ୍ଧୁ ଘରକୁ ଆସିଥିଲା ବୋଲି ଜଣାପଡ଼ିଛି।

ସିକରପାଇ ଗାଁରେ ଭଲିବାଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପନ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇ ଆଇନ୍‌ ମନ୍ତ୍ରୀ ଜଗନ୍ନାଥ ସାରକା ଫେରିବା ବେଳେ ବେଲକଣା ଛକଠାରେ ଜଣେ ନାବାଳକକୁ ମନ୍ତ୍ରୀଙ୍କ ଗାଡ଼ିଧକ୍କା ଦେଇଥିଲା। ନାବାଳକକୁ ଧକ୍କା ଦେଇ ମନ୍ତ୍ରୀଙ୍କ ଗାଡ଼ି ଦ୍ରୁତ ଗତିରେ ପଳାଇ ଯିବାକୁ ଚେଷ୍ଟା କରିଥିଲା। ସ୍ଥାନୀୟ ଲୋକେ ମନ୍ତ୍ରୀଙ୍କ ଗାଡ଼ିକୁ ପିଛା କରି ଅଟକାଇ ଥିଲେ। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ମନ୍ତ୍ରୀ ନାବାଳକଙ୍କୁ ନିଜ ଗାଡ଼ିରେ ଆଣି ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories