www.samajalive.in
Monday, December 15, 2025
14.1 C
Bhubaneswar

ନୈତିକ ବିତ୍ତ ବ୍ୟବସ୍ଥା ଏବଂ ଦାୟିତ୍ୱ ସମ୍ପନ୍ନ ପୁଞ୍ଜି ଲଗାଣ ଉପରେ ଆଲୋଚନାଚକ୍ର

ଭୁବନେଶ୍ୱର କଣ୍ଟାବାଡ଼ ସ୍ଥିତ ଆଇଆଇଏମଟି(ଇଣ୍ଟର ସାଇନ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ଆଣ୍ଡ ଟେକ୍ନୋଲୋଜି) ଏବଂ ୟୁନସ୍କୋରମିଳିତ ସହଯୋଗ ନୈତିକ ବିତ୍ତ ବ୍ୟବସ୍ଥା ଏବଂ ଦାୟିତ୍ୱ ସମ୍ପନ୍ନ ପୁଞ୍ଜି ଲଗାଣ ଉପରେ ଜୁମ୍ ମାଧ୍ୟମରେ ଏକ ଆଲୋଚନାଚକ୍ରଅନୁଷ୍ଠିତ ହୋଇଥିଲା। ଆଇଆଇଏମଟିର ନିର୍ଦ୍ଦେଶକ ପ୍ରଫେସର୍  ଶ୍ରୀକାନ୍ତ ପଟ୍ଟନାୟକ ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ସଠିକ୍ ଅର୍ଥ ପରିଚାଳନା ଏବଂ ଦାୟିତ୍ୱ ସମ୍ପନ୍ନ ପୁଞ୍ଜି ଲଗାଣ ଉଦ୍ୟୋଗ ସଙ୍ଗଠନକୁ ଆର୍ଥିକ ମଜବୁତ୍ କରିଥାଏ। ଫଳରେ ଉଦ୍ୟୋଗପତିମାନଙ୍କୁ ଲାଭ ମିଳିଥାଏ ବୋଲି ମତ ପ୍ରକାଶ କରିଥିଲେ। ଆଲୋଚନାରେ ଭାଗନେଇ ଆର୍ଜେଣ୍ଟିନାର ଲାପ୍ଲାଟା ବିଶ୍ୱବିଦ୍ୟାଳୟର ପ୍ରଫେସର ଫ୍ରାନେସ୍କା ବେଗଲି ଆରିଲୋ ସରକାର ଏବଂ ଘରୋଇ ଦ୍ୱାରା ପରିଚାଳିତ ଉଦ୍ୟୋଗରେ ବ୍ୟବସ୍ଥା ଏବଂ ଦାୟିତ୍ୱ ସମ୍ପନ୍ନ ପୁଞ୍ଜି ଲଗାଣକୁ ପ୍ରଦାନ କରିଥିଲେ। ମଡ଼େନାରିଗୋ, ଆଇନ୍ ବିଶ୍ୱବିଦ୍ୟାଳୟର ବରିଷ୍ଠ ଗବେଷକ ମାସିମ୍ ପ୍ରନ୍ସି ପ୍ରମୁଖ ଉଭୟ ସାମାଜିକ ଦାୟିତ୍ୱବୋଧ ଏବଂ ଆର୍ଥିକ ପୁଞ୍ଜି ନିବେଶ ଦ୍ୱାରା ଆଂଚଳିକ ବିକାଶ ହୋଇଥାଏ। ପରିଚାଳନାରେ ଆଂଚଳିକ ଲୋକମାନଙ୍କର ଅଂଶଗ୍ରହଣ ବିକାଶ ପଥକୁ ଆଗେଇ ନେବାରେ ସହାଯ୍ୟ କରିଥାଏ।

ଅରୁଣାଚଳ ପ୍ରଦେଶ ରାଜୀବ ଗାନ୍ଧୀ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ସଂଜୀବ କୁମାର ଜେନା ଏଥିରେ ଅଂଶ ଗ୍ରହଣ କରି କେବିକେ (କୋରାପୁଟ ବଲାଙ୍ଗୀର ଏବଂ କଳାହାଣ୍ଡି) ର ଉନ୍ନତି ସରକାରଙ୍କ ର ଉପଯୁକ୍ତ ଆର୍ଥିକ ପରିଚାଳନା ଏବଂ ସୁବ୍ୟବସ୍ଥିତ ପୁଞ୍ଜି ନିବେଶ ଦ୍ୱାରା ଏହି ଅଂଚଳର ବିକାଶ ହୋଇପାରିବା ସହିତ ଦାରିଦ୍ରତା ହାର କମିଛି ବୋଲି ମତବ୍ୟକ୍ତ କରିଥିଲେ। ଏହା ଦ୍ୱାରା କଳାହାଣ୍ଡି ଓଡ଼ିଶାର ଭାତ ହାଣ୍ଡିରେ ପରିଣତ ହୋଇପାରିଛି। ଶ୍ରୀ ରାମ କ୍ରୀଷ୍ଣା ଭୋପିଲରି ହାଇଦ୍ରାବାଦର ଚାର୍ଟାଡ଼ ଆକାଉଣ୍ଟାଣ୍ଟ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ମାନଙ୍କର ଆର୍ôଥକ ହିସାବ ସମୀକ୍ଷା ନିୟମିତ ଭାବେ ବାରମ୍ବାର କରିବା ଦ୍ୱାରା ଉଦ୍ୟୋଗ ପତି ମାନଙ୍କର ସ୍ୱାସ୍ଥ୍ୟ ସେବା ପ୍ରତି ଗୁରୁତ୍ୱ ବଢିଥାଏ ବୋଲି ମତପୋଷଣ କରିଥିଲେ। ଏଥିରେ ସମଗ୍ର ପୃଥିବୀରୁ ୨୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ପୂର୍ବାହନର ଆଇ.ଆଇ.ଏମ୍.ଟି ର ପରିଚାଳନା ପରିଷଦ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଏ.ଆଇ.ସି.ଟି.ଇ ର ପ୍ରତିନିଧି ତଥା ଆଇ.ଆଇ.ଏମ୍ ର ସିଲଙ୍ଗ୍ ପ୍ରଫେସର୍ ଡ଼ଃ ନିରୁପମା ତ୍ରିପାଠୀ ଉପସ୍ଥିତ ରହି ଚଳିତ ଶିକ୍ଷା ବର୍ଷର ପାଠ୍ୟ ଖସଡ଼ା, ଛୁଟି ଏବଂ କ୍ୟାଲେଣ୍ଡର ଇତ୍ୟାଦି ସଂପର୍କରେ ଆଲୋଚନା କରାଯାଇ ଏଗୁଡ଼ିକୁ ଅନୁମୋଦନ ଦିଆଗଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories