ଏସିଆର ସବୁଠାରୁ ଛୋଟ ଦେଶ ; ଜାଣନ୍ତୁ କିଛି ରୋଚକ କଥା

ଦୁନିଆରେ ଏପରି କେତେକ ଦେଶ ରହିଛି, ଯାହା ଖୁବ ଛୋଟ, ସେଠାକାର ଜନସଂଖ୍ୟା ମଧ୍ୟ ଅଧିକ ନୁହେଁ। ସେଭଳି ଦେଖିବାକୁ ଗଲେ ୟୁରୋପ ମହାଦ୍ୱୀପରେ ସ୍ଥିତ ବେଟିକନ ସହର ଦୁନିଆର ସବୁଠାରୁ ଛୋଟ ଦେଶ ବୋଲି କୁହାଯାଏ। ମାତ୍ର ଆପଣ ଜାଣନ୍ତି କି, ଏସିଆର ସବୁଠାରୁ ଛୋଟ ଦେଶ କେଉଁଟା? ହିନ୍ଦ ମହାସାଗରରେ ସ୍ଥିତ ଏହି ଦେଶ ଖୁବ ସୁନ୍ଦର। ଏହା ଶ୍ରୀଲଙ୍କା ଠାରୁ ୯୮୩ କିଲୋମିଟର ଓ ଭାରତର ଲାକ୍ଷାଦ୍ୱୀପ ଠାରୁ ପ୍ରାୟ ୭୯୩ କିଲୋମିଟର ଦୂରରେ ଅବସ୍ଥିତ।
ଏହି ଦେଶର ନାମ ମାଲଦ୍ୱୀପ। ପ୍ରାୟ ୧୯୬୫ରେ ଏହି ଦେଶକୁ ସ୍ୱତନ୍ତ୍ରତା ମିଳିଥିଲା। ୧୧ ନଭେମ୍ବର , ୧୯୬୮ରେ ପୁରୁଣା ରାଜାଙ୍କ ଶାସନ ସମାପ୍ତ ହୋଇ ମାଲଦ୍ୱୀପକୁ ଏକ ଗଣତନ୍ତ୍ର ଦେଶ ବୋଲି ଘୋଷଣା କରାଯାଇଥିଲା। ଏହା ଲୋକସଂଖ୍ୟା ଓ ଆକାର ଉଭୟ ଦିଗରୁ ହିଁ ଏହାକୁ ଛୋଟ ଦେଶ ବୋଲି କୁହାଯାଏ। ୨୦୧୬ ଜନଗଣନା ଅନୁଯାୟୀ ,ଏଠାକାର ଜନସଂଖ୍ୟା ପ୍ରାୟ ୪ଲକ୍ଷ ୨୮ ହଜାର।
ଏହା ଏକ ଦ୍ୱୀପ। ଏଠାରେ ପ୍ରାୟ ୧,୧୯୨ ଟାପୁ ରହିଛି। ସେମାନଙ୍କ ମଧ୍ୟରୁ ୨୦୦ ଟାପୁରେ ଲୋକେ ବସବାସ କରିଥାଆନ୍ତି। ଅନ୍ୟ କେତେକ ଟାପୁ ପର୍ଯ୍ୟଟକଙ୍କ ପାଇଁ ରହିଛି। ଯେଉଁଠାରେ ସୁନ୍ଦର ହୋଟେଲ ଓ ପର୍ଯ୍ୟଟକ ରହିବା ପାଇଁ ସ୍ୱତନ୍ତ୍ର ଘର ତିଆରି ହୋଇଛି। ବହୁ ସଂଖ୍ୟାରେ ଏଠାକୁ ପର୍ଯ୍ୟଟକ ବୁଲିବାକୁ ଆସିଥାଆନ୍ତି।
ମାଲଦ୍ୱୀପ ପୃଥିବୀରେ ଥିବା ସମସ୍ତ ଦ୍ୱୀପିୟ ଦେଶ ମଧ୍ୟରେ ନୀଚ୍ଚରେ ଅବସ୍ଥିତ। ଏହା ସମୁଦ୍ର ତଟରୁ ୧.୫ ମିଟର ଉଚ୍ଚରେ ରହିଛି। ଯଦି ସୁନାମି ଆସେ ଏହା ବୁଡ଼ି ଯିବାର ସମ୍ଭାବନା ଅଧିକ ବୋଲି କୁହାଯାଏ। ।

kalyan agarbati

Comments are closed.