www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ପାପାଙ୍କୁଶା ଏକାଦଶୀ : ଜାଣନ୍ତୁ ଏହାର ମହତ୍ତ୍ୱ

ହିନ୍ଦୁଧର୍ମରେ ଏକାଦଶୀ ବ୍ରତର ବିଶେଷ ମହତ୍ତ୍ୱ ରହିଛି। ପ୍ରତ୍ୟେକ ମାସରେ ଏକାଦଶୀ ବ୍ରତ ପାଳନ କରାଯାଏ। ଏହି ବ୍ରତରେ ଭଗବାନ ବିଷ୍ଣୁଙ୍କ ବିଶେଷ ଆରାଧନା ଓ ପୂଜା ପାଠ କରାଯାଏ। ୨୭ ଅକ୍ଟୋବର ଆଶ୍ୱିନ ମାସର ଏକାଦଶୀ ଯାହାକୁ ପାପାଙ୍କୁଶା ଏକାଦଶୀ କୁହାଯାଏ। ହିନ୍ଦୁ ପରମ୍ପରା ଅନୁଯାୟୀ, ପାପାଙ୍କୁଶା ଏକାଦଶୀ ବ୍ରତ ଆଶ୍ୱିନ ମାସର ଶୁକ୍ଳପକ୍ଷର ଏକାଦଶୀ ତିଥିରେ ପାଳନ କରାଯାଏ। ଏକାଦଶୀରେ ଉପବାସ, ପୂଜା-ପାଠ, କିର୍ତ୍ତନ ଓ ଭଗବାନ ବିଷ୍ଣୁଙ୍କ ନାମ ସ୍ମରଣ କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ। ଶୁଭଫଳ ପ୍ରାପ୍ତି ହୋଇଥାଏ। ଏକାଦଶୀ ବ୍ରତ ରଖିବା ଦ୍ୱାରା ଜାଣତରେ ଅଜାଣତରେ କରିଥିବା ପାପ କ୍ଷୟ ହୋଇଥାଏ। ଏହି ବ୍ରତ ଦ୍ୱାରା ମନ ଓ ଆତ୍ମା ଶୁଦ୍ଧ ହୋଇଥାଏ। ଏହି ଏକାଦଶୀ ଏକ ହଜାର ଅଶ୍ୱମେଧ ଓ ଶହେ ସୂର୍ଯ୍ୟଯଜ୍ଞ ସହ ସମାନ ଫଳ ପ୍ରଦାନ କରିଥାଏ ବୋଲି କୁହାଯାଏ। ଏକାଦଶୀରେ କେତେକ କାର୍ଯ୍ୟ ବର୍ଜନୀୟ ରହିଛି। ଏକାଦଶୀ ରାତ୍ରି ଉଜାଗର ରହିଲେ ସ୍ୱର୍ଗରେ ସ୍ଥାନ ମିଳେ ବୋଲି କୁହାଯାଏ।
ଏହି ଦିନ ଦାନ କଲେ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ।
ଏହି ଏକାଦଶୀରେ ଭଗବାନ ବିଷ୍ଣୁଙ୍କ ଦିବ୍ୟ ରୂପର ପୂଜାର୍ଚ୍ଚନା ହୋଇଥାଏ।
ଏହିଦିନ ସକାଳେ ଉଠି ସ୍ନାନ ସାରି ସଙ୍କଳ୍ପ ନେବା ଉଚିତ।
ଭଗବାନ ବିଷ୍ଣୁଙ୍କୁ ଚନ୍ଦନ, ଅକ୍ଷତ, ଲାଲ ରେଶମୀ ସୂତା, ଫୁଲ, ଖୁଆ ଆଦି ଅର୍ପଣ କରନ୍ତୁ।
ଏହାସହ ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ।
ଏକାଦଶୀର କଥା ଶୁଣନ୍ତୁ।
ଭଗବାନ ବିଷ୍ଣୁଙ୍କୁ ଧୂପ,ଦୀପ ଆଳତୀ କରନ୍ତୁ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories