–କେନ୍ଦ୍ର ଗୃହ ସଚିବଙ୍କ ସମୀକ୍ଷା: ହିଲ ଷ୍ଟେସନ ଓ ପର୍ଯ୍ୟଟନସ୍ଥଳୀରେ କୋଭିଡ ସଂକ୍ରମଣ ଚିନ୍ତା। ୮ଟି ରାଜ୍ୟ ସହ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କ ସମୀକ୍ଷା ବୈଠକ।
–ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସମୀକ୍ଷା। ଗୋଆ, ହିମାଚଳ ପ୍ରଦେଶ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ।
–୮ ରାଜ୍ୟର ମୁଖ୍ୟଶାସନ ସଚିବ, ଡିଜିପି ଓ ସ୍ବାସ୍ଥ୍ୟ ସଚିବଙ୍କ ସହ ସମୀକ୍ଷା, ମାସ୍କ ସାମାଜିକ ଦୂରତା ଓ ଅନ୍ୟ ସତର୍କତା କଡ଼ାକଡ଼ି କରିବା ଉପରେ ଗୁରୁତ୍ବ। ବୈଠକରେ ନୀତି ଆୟୋଗ ସଦସ୍ୟ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଓ ଆଇସିଏମ୍ଆର ଡିଜି ଉପସ୍ଥିତ।
–ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଜନ୍ମବେଦୀ ଯାତ୍ରା ପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ। ଶୃଙ୍ଖଳିତ ରଥଯାତ୍ରା ଲାଗି ସୁରକ୍ଷାବଳୟରେ ପୁରୀ। ଆସନ୍ତାକାଲି ରାତି ୮ଟାଠାରୁ ୪୮ଘଣ୍ଟା ଲାଗି ପୁରୀରେ କର୍ଫ୍ୟୁ ଜାରି। ଆଜି ମହାପ୍ରଭୁଙ୍କ ଉଭାଯାତ୍ରା ଅନୁଷ୍ଠିତ
–ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଅତିରିକ୍ତ ଡିଜି। ପର୍ଯ୍ୟଟକଙ୍କୁ ଆଜିସୁଦ୍ଧା ପୁରୀ ଛାଡ଼ିବା ପାଇଁ ନିର୍ଦେଶ। ଆସନ୍ତକାଲି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି।
–କର୍ଫ୍ୟୁ ସମୟରେ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ କଟକଣା। ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ତିନି ରଥରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର।
–ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଘାରିଛି ମୂଲ୍ୟାୟନ ଚିନ୍ତା। ଦଶମ ଆଧାରରେ ମାର୍କ ଦିଆଯାଉଥିବାରୁ ଆଶଙ୍କାରେ ଛାତ୍ରଛାତ୍ରୀ।
–ସିଏଚଏସଇ ମାର୍ଗଦର୍ଶିକା ଜାରି: ମାର୍କ ଦେବା ସମୟରେ କଲେଜର ଗତ ୩ ବର୍ଷର ପ୍ରଦର୍ଶନକୁ ବିଚାରକୁ ନିଆଯିବ। ଏଥିରେ ଖିଲାପ ହେଲେ ମାର୍କ ଅପଲୋଡ କରାଯାଇପାରିବ ନାହିଁ।
–ସୁପ୍ରିମକୋର୍ଟ ନିର୍ଦେଶକ୍ରମେ ଯୁକ୍ତ ଦୁଇ ପରୀକ୍ଷାଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ପାଇବେ ଛାତ୍ରଛାତ୍ରୀ। ପରୀକ୍ଷାଫଳ ନେଇ ଅସନ୍ତୋଷ ଥିଲେ ପରୀକ୍ଷା କରାଯାଇପାରିବ।
–ରାଜ୍ୟରେ ଆଜି ସୁସ୍ଥ ହେଲେ ୩ହଜାର ୧୨୦ଜଣ କରୋନା ଆକ୍ରାନ୍ତ। କଟକରୁ ସର୍ବାଧିକ ୫୯୫, ଖୋର୍ଦ୍ଧାରୁ ୫୪୨, ବାଲେଶ୍ବରରୁ ୨୫୮ ସୁସ୍ଥ। ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୯ଲକ୍ଷ ୯ହଜାର ୬୩୯କୁ ବୃଦ୍ଧି
–୨ରୁ ଅଧିକ ସନ୍ତାନ ଥିଲେ ଉତ୍ତର ପ୍ରଦେଶରେ ସରକାରୀ ଚାକିରି ମନା। ଚାକିରିକାଳରେ ୪ଥର ଇନ୍କ୍ରିମେଣ୍ଟ। ମାଗଣା ସ୍ବାସ୍ଥ୍ୟ ସେବା। ସନ୍ତାନକୁ ୨୦ବର୍ଷ ପର୍ଯ୍ୟନ୍ତ ବୀମା ସୁବିଧା। ଚାକିରିକାଳରେ ୨ଥର ଅତିରିକ୍ତ ଇନ୍କ୍ରିମେଣ୍ଟ।
–ଇପିଏଫ ଯୋଜନାରେ ୩ ପ୍ରତିଶତ ବୃଦ୍ଧି। ରିହାତି ଦରରେ ମିଳିବ ଘର କିମ୍ବା ଜମି। ପାଣି, ବିଜୁଳି ବିଲ୍ରେ ବି ରିହାତି। ସ୍କୁଲ ନାମଲେଖାରେ ମିଳିବ ଅଗ୍ରାଧିକାର। ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା
–୨ରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି ଆବେଦନରୁ ବଞ୍ଚିତ ହେବେ। ଚାକିରିରେ ଇନ୍କ୍ରିମେଣ୍ଟ ମିଳିବନାହିଁ। ସରକାରୀ ସୁବିଧା ହାସଲ କରିପାରିବେନି। ପଞ୍ଚାୟତ ଓ ପୌର ନିର୍ବାଚନ ଲଢ଼ି ପାରିବେନି। ପରିବାରରେ ୪ଜଣ ମଧ୍ୟରେ ସୀମିତ ରହିବ ରାସନ କାର୍ଡ।
–ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କୁମ୍ବିଂ ବେଳେ ଗୁଳିବିନିମୟ । ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର। ଏୟାରଲିଫ୍ଟ ଯୋଗେ ଗୁରୁତର ୨ ଯବାନଙ୍କୁ ଅଣାଗଲା ଭୁବନେଶ୍ୱର-ଆଇଜି ଅପରେସନ ଅମିତାଭ ଠାକୁରଙ୍କ ସୂଚନା
–ଲେଜର ସ୍କାନିଂ ପରେ ଶ୍ରୀମନ୍ଦିରର ଫାଟ ମରାମତି କରାଯିବ। ଶ୍ରୀଗୁଣ୍ଡିଚା ପରଦିନ କରାଯିବ ଶ୍ରୀମନ୍ଦିରର ଲେଜର ସ୍କାନିଂ। ନାଟମଣ୍ଡପ, ଗର୍ଭଗୃହ, ଜଗମୋହନର ଲେଜର ସ୍କାନିଂ ହେବ।
–କେରଳରେ ୨ ଦିନରେ ୧୪ଜିକା ଭାଇରସ କେସ ଚିହ୍ନଟ। ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମର କେରଳ ଗସ୍ତ।
–ରାଜଧାନୀରୁ ୧ କ୍ବିଣ୍ଟାଲ ୩୫କିଲୋଗ୍ରାମ ଗଞ୍ଜେଇ ଜବତ। ରାଜଧାନୀରୁ ଜବତ ଗଞ୍ଜେଇର ମୂଲ୍ୟ ୧୦ଲକ୍ଷରୁ ଅଧିକ।
–ଭାରତୀୟ ବୈଜ୍ଞାନିକଙ୍କ ଦ୍ବାରା ଆଣ୍ଟାର୍କଟିକାରେ ଏକ ପ୍ରକାର ଉଦ୍ଭିଦ ପ୍ରଜାତି ଆବିଷ୍କାର। ଆଣ୍ଟାର୍କଟିକାରେ ଠାବ ଉଦ୍ଭିଦ ପ୍ରଜାତି ଭାରତ ନାମରେ ନାମିତ। ଭାରତ ଏବଂ ଆଣ୍ଟାର୍କଟିକାରେ ଥିବା ଭାରତର ଗବେଷଣା କେନ୍ଦ୍ର ଭାରତୀ ଅନୁଯାୟୀ ଏହାର ନାମ ରଖାଯାଇଥିବା ଜଣାଯାଇଛି।
–ଲସ ଏଞ୍ଜେଲ୍ସ ମେୟର ଏରିକ ଗାର୍ସେଟ୍ଟି ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ଦିନ ଲସ ଏଞ୍ଜେଲ୍ସ ମେୟର ଏରିକ ଗାର୍ସେଟ୍ଟିଙ୍କୁ ଭାରତର ରାଷ୍ଟ୍ରଦୂତ ଭାବରେ ମନୋନୀତ କରିଛନ୍ତି।
–ଶବ୍ଦ ପ୍ରଦୂଷଣ କଲେ ଏଣିକି ୧ ଲକ୍ଷ ଟଙ୍କା ତଣ୍ଡ ଗଣିବେ। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି(ଡିପିସିସି) ଶବ୍ଦ ପ୍ରଦୂଷଣକାରୀଙ୍କ ପାଇଁ ଜରିମାନା ରାଶି ବୃଦ୍ଧି କରିଛି। ନୂତନ ଜରିମାନା ଅନୁଯାୟୀ, ଦିଲ୍ଲୀରେ ଶବ୍ଦ ପ୍ରଦୂଷଣ କଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ।
–ଭାରତୀୟ ଦୂରସଂଚାର ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ପୁଣିଥରେ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନରେ ରହିିଛି।
–୨୦୨୧ ଜୁନ୍ ମାସରେ ସେକେଣ୍ଡ ପ୍ରତି ୨୧.୯ ମେଗାବିଟ (ଏମବିପିଏସ) ହାରାହାରି ୪ଜି ଡାଉନଲୋଡ ସ୍ପିଡ ସହିତ ସର୍ବାଗ୍ରେ ରହିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି
–ଉତ୍ତରପ୍ରଦେଶର ଅଯୋଧ୍ୟାର ସରାଯୁ ଘାଟରେ ଏକ ବଡ ଧରଣର ଅଘଟଣ ଘଟିଥିବା । ଗୋଟିଏ ପରିବାରର ୧୨ ଜଣଙ୍କ ପାଦ ଖସିବାରୁ ସରାଯୁ ଘାଟରେ ନଦୀ ଭିତରକୁ ପଳାଇଥିଲେ।
–ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ଅନ୍ୟ ୧୨ ଜଣ ବୁଡିବାକୁ ଲାଗିଲେ। ଏଥିରେ ୬ ଜଣଙ୍କର ମୃତ୍ୟୁ ସହ ୩ ଉଦ୍ଧାର ଓ ୩ ଜଣ ନିଖୋଜ ଥିବା ଜଣାପଡିଛି।
–ସରାଯୁ ଘାଟରେ ଗୋଟିଏ ପରିବାରର ୧୨ ଜଣଙ୍କ ମଧ୍ୟରୁ ୬ ଜଣ ବୁଡିଯାଇ ସେମାନଙ୍କର ମୃତ୍ୟୁ। ୬ ଜଣଙ୍କର ମୃତ୍ୟୁ ସହ ୩ ଉଦ୍ଧାର ଓ ୩ ଜଣ ନିଖୋଜ ଥିବା
–ତାଲିବାନ ଆତଙ୍କବାଦୀ ଗୋଷ୍ଠୀ ଆଫଗାନିସ୍ତାନର ୮୫% ଅଞ୍ଚଳ ନିଜ ଦଖଲକୁ ନେଇସାରିଥିବା କହିଛନ୍ତି । ସେଥିମଧ୍ୟରେ ଇରାନକୁ ଲାଗିଥିବା ଗୁରୁତ୍ୱପୂର୍ଣ୍ଣ ସୀମାନ୍ତ ମଧ୍ୟ ସାମିଲ
–ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ଏଣିକି କେବଳ ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ପଦବୀ ରହିବ । ନିଗମରେ ଅଧ୍ୟକ୍ଷ ପଦବୀକୁ ବାଦ୍ ଦିଆଯିବାକୁ ନିଷ୍ପତ୍ତି ହୋଇଛି ।
–ଚଳିତ ଆର୍ଥିକ ବର୍ଷରେ ଏଲଆଇସିର ଇନିସିଆଲ ପବ୍ଲିକ ଅଫର୍ ପୂର୍ବରୁ ସରକାର ଏ ସମ୍ପର୍କରେ ରହିଥିବା ନିୟମରେ ଆବଶ୍ୟକ ପରିବର୍ତ୍ତନ କରିବେ। ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଆର୍ଥିକ ସେବା ବିଭାଗ ପକ୍ଷରୁ ଏଭଳି ପରିବର୍ତ୍ତନ କରାଯାଇଛି ।
–ଓଡ଼ିଶାର କୃଷକଙ୍କ ପାଇଁ ପଠାଗଲା ନାନୋ ୟୁରିଆ ; ନାନୋ ୟୁରିଆ ବୋଝେଇ ଟ୍ରକକୁ ପତାକା ଦେଖାଇ ଶୁଭାରମ୍ଭ କଲେ ଓଡ଼ିଶାର କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ
–ଦେଶରେ ନୂଆ ୪୨,୭୬୬ ସଂକ୍ରମିତ ଚିହ୍ନଟ; ୧୨୦୬ ମୃତ। ୨୪ ଘଣ୍ଟା ମଧ୍ୟରେ ୪୫,୨୫୪ ଜଣ କରୋନାରୁ ସୁସ୍ଥ ; ସୁସ୍ଥ ହେବା ହାର ୯୭.୨% ମୋଟ ଆରୋଗ୍ୟ ସଂଖ୍ୟା ୨,୯୯,୩୩,୫୩୮କୁ ବୃଦ୍ଧି
–ଗତକାଲି ସୁଦ୍ଧା ଦେଶରେ ମୋଟ ୪୨.୯ କୋଟି ନମୁନା ପରୀକ୍ଷା, ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ସଂପ୍ରତି ୪,୫୫,୦୩୩
–ରାଜ୍ୟରେ ଗତକାଲି ଦିନକରେ ୫୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ;ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୧
–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ନୂଆ ୨୩୩୪ ଜଣ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୩୪୨ ଏବଂ ସ୍ଥାନୀୟ ସଂକ୍ରମିତ ୯୯୨
ରାଜ୍ୟରେ ମୋଟ ୯୦୬୫୧୯ ଜଣ ସୁସ୍ଥ ; ସଂପ୍ରତି ଓଡ଼ିଶାରେ ୨୬୩୬୪ ଜଣ ସକ୍ରିୟ ସଂକ୍ରମିତ
–ପର୍ୟ୍ୟଟନ ସ୍ଥଳୀରେ ଭୂତାଣୁକୁ ଖୋଲା ନିମନ୍ତ୍ରଣ ; ଗତ ୨-୪ ଦିନ ହେବ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ପ୍ରମୁଖ ପର୍ୟ୍ୟଟନ କେନ୍ଦ୍ରଗୁଡିକରେ ପର୍ୟ୍ୟଟକଙ୍କ ଭିଡ
–କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ କଡ ତୁରୁମୁଙ୍ଗା ବଜାର ର ଝାରବେଡାରେ ପୋଷାକ ଦୋକାନରେ ଅଗ୍ନିକାଣ୍ଡ ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ
–ରାୟଗଡ଼ା ଡାକ୍ତରଖାନାରେ ଚିକିତ୍ସାଧୀନ ଯୁବତୀଙ୍କ ଆତ୍ମହତ୍ୟା
–ଆସନ୍ତା ୧୪ତାରିଖରେ କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକ
–କାଶ୍ମିର ଅନନ୍ତନାଗରେ ଏନକାଉଣ୍ଟରରେ ୨ ଆତଙ୍କୀ ମୃତ



