ରାଜ୍ୟର ଅଭିବୃଦ୍ଧି ଓ ବିତ୍ତୀୟ ପରିଚାଳନା ଦୃଷ୍ଟିରୁ ଜିଏସଟି ସଂଗ୍ରହ ବୃଦ୍ଧିର ଆବଶ୍ୟକତା ରହିଛି
ଅର୍ଥ ପରାମର୍ଶଦାତାମାନଙ୍କ ପାଇଁ ଜିଏସଟି କର୍ମଶାଳା,
ଭୁବନେଶ୍ୱର: ରାଜ୍ୟବାଣିଜ୍ୟକର, ଦ୍ରବ୍ୟଓ ସେବାକର କମିଶନ(ସିଟି ଓ ଜିଏସଟି କମିଶନରେଟ୍)କାର୍ଯ୍ୟାଳୟ, ଅର୍ଥ ବିଭାଗ ତରଫରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ କର୍ପୋରେସନ ଆଦିମାନଙ୍କରେ କାର୍ଯ୍ୟକରୁଥିବା ଅର୍ଥପରାମର୍ଶଦାତା (ଏଫଏ) ଏବଂ ସହକାରୀଅର୍ଥପରାମର୍ଶଦାତା ( ଏଏଫଏ )ମାନଙ୍କନିମନ୍ତେଏକଦିବସୀୟ ଦ୍ରବ୍ୟଓସେବାକର ଆଇନ (ଜିଏସଟି)ସଂପର୍କିତ କର୍ମଶାଳା ଆଜି ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଏଫ୍ଏ, ଏଏଫ୍ଏ ଏବଂ ବିଭିନ୍ନ ସରକାରା ଟ୍ରେଜେରୀମାନଙ୍କରେ କାର୍ଯ୍ୟରତ ଓଡ଼ିଶା ଅର୍ଥ ସେବା ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରୁଛନ୍ତି ବୋଲି ପ୍ରକାଶ କରିଥିଲେ ।
ରାଜ୍ୟ ପ୍ରତି ଅନୁରକ୍ତ ରହି ରାଜ୍ୟର ସ୍ୱାର୍ଥକୁ ସୁନିଶ୍ଚିତ କରିବାକୁ ସେମାନେ କାର୍ଯ୍ୟ କରୁଛନ୍ତି। ରାଜ୍ୟର ରାଜସ୍ୱ ଆଦାୟ ଓ ଜିଏସଟି ସଂଗ୍ରହରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସେମାନଙ୍କର ଯୋଗଦାନ ରହିଛି । ଜିଏସି ଆଦାୟ ଓ ଆର୍ଥିକ ପରିଚାଳନା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ବିଭାଗରେ ବହୁ ଅଭିଜ୍ଞ ଅଧିକାରୀ ଅଛନ୍ତି। ଜିଏସଟି ନିୟମ ସଂପର୍କରେ ସବୁ ବିଭାଗ ଜାଣିବା ଆବଶ୍ୟକ । କେଉଁ କ୍ଷେତ୍ରରେ ଜିଏସଟି ଲାଗୁ ହେବ ବା ଲାଗୁ ହେବ ନାହିଁ, ସେଥିରେ ଦ୍ୱନ୍ଦ ଉପୁଜିଲେ ବିନା ଦ୍ୱିଧାରେ ସେମାନେ ଏହି ସବୁ ଅଧିକାରୀମାନଙ୍କ ପରାମର୍ଶନେବାକୁ ମୁଖ୍ୟ ଶାସନ ସଚିବ ପ୍ରଶିକ୍ଷଣ ନେଉଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟର ଅଭିବୃଦ୍ଧି ଓ ବିତ୍ତୀୟ ପରିଚାଳନା ଦୃଷ୍ଟିରୁ ଜିଏସଟି ସଂଗ୍ରହ ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ ।
ଅର୍ଥ ତଥା ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ଯୋଗଦେଇ ଓଡ଼ିଶାର ବିତ୍ତୀୟ ପରିଚାଳନା ସଂପର୍କରେ ବକ୍ତବ୍ୟ ରଖି ଦ୍ରବ୍ୟ ଓ ସେବା ଆଇନର କାର୍ଯ୍ୟକାରିତାରେ କି କି ବ୍ୟବସ୍ଥା ରହିଛି, ସେ ସଂପର୍କରେ ଆଲୋକପାତ କରିଥିଲେ । ବାଣିଜ୍ୟକର , ଦ୍ରବ୍ୟ ଓ ସେବାକର ମୁଖ୍ୟ ଆୟୁକ୍ତ ତଥା ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଂଜୟ କୁମାର ସିଂ ପ୍ରାରମ୍ଭିକ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଉଦାହରଣ ଦେଇ ଜିଏସଟି ଲାଗୁ ଥିବା ବିଭିନ୍ନ କ୍ଷେତ୍ରରେ ରହିଥିବା ବିଭିନ୍ନ ଦ୍ୱନ୍ଦ ଏହାର ସମାଧାନ ସଂପର୍କରେ ସବିଶେଷ ଜ୍ଞାନ ଆହରଣ ସଂପର୍କରେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଜିଏସଟିସଂପର୍କିତବହୁ ଡିଜିଟାଲ ଡାଟା ବା ତଥ୍ୟରହିଛି।ସେସବୁ କାର୍ୟ୍ୟ କ୍ଷେତ୍ରରେ ଏବଂ ଅଟିଟ୍ ପରିପ୍ରେକ୍ଷୀରେ ଗୁରୁତ୍ୱପୂର୍ଣ୍ଣ ।
ନକଲି ଚାଲାଣ କାଟିବା ରୋକିବା ଦିଗରେ ସେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେହିପରି ବିଭିନ୍ନ ବିଭାଗ ସହିତ କର୍ପୋରେସନଗୁଡିକ ମଧ୍ୟ ଜିଏସଟି ନିୟମ ମାନିବା ଉପରେ ମଧ୍ୟ ଶ୍ରୀ ସିଂ ଗୁରୁତ୍ୱାରୋପ କରିଥିଲେ । ଅର୍ଥ ପରାମର୍ଶଦାତାମାନେ ସେମାନଙ୍କ ଅଧିନରେ କାର୍ୟ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସଚେତନ କରିବାକୁ ଓବୁଝାଇବାକୁ ସେ ମଧ୍ୟ କହିଥିଲେ । କାର୍ଯ୍ୟକ୍ରମରେ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନର ନିର୍ଦ୍ଦେଶକ ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଆୟୋଜିତ ଏହି କର୍ମଶାଳାରେ ବାଣିଜ୍ୟ କର, ଦ୍ରବ୍ୟ ଓ ସେବା କର କମିଶନ (ସିଟି ଓ ଜିଏସଟି କମିଶନରେଟ୍) କାର୍ୟ୍ୟାଳୟର ଅଧିକାରୀମାନେ ପ୍ରଶିକ୍ଷଣ ଦେଇଥିଲେ । ପାରସ୍ପରିକ ଆଲୋଚନା ମାଧ୍ୟମରେ ଜିଏସଟି ସଂପର୍କିତ ବହୁ ସନ୍ଦେହ ଦୂର କରାଯାଇଥିଲା।
Comments are closed.