www.samajalive.in
Monday, December 15, 2025
24.1 C
Bhubaneswar

ରାଜ୍ୟରୁ ୪ ହଜାର ୨୦୮ ନୂଆ କରୋନା ପଜିଟିଭ ଚିହ୍ନଟ ; ୨ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରୁ ପୁଣି ୪ ହଜାର ପାର ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୩୦ ଜିଲାରୁ ୨୪ ଘଣ୍ଟାରେ ୪ ହଜାର ୨୦୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୪୬୨ ସଙ୍ଗରୋଧ କେନ୍ଦ୍ରରୁ ଓ ୧ ହଜାର ୭୪୬ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୧,୦୯୬ ରେ ପହଞ୍ଚିଛି। ୩୯,୨୩୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

- Advertisement -

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୨୫ ଓ କଟକରୁ ୪୬୫ । ଅନୁଗୁଳରୁ ୧୯୪, ବାଲେଶ୍ୱରରୁ ୧୧୮, ବରଗଡ଼ ୧୧୪, ଭଦ୍ରକ ୪୮, ବଲାଙ୍ଗୀର ୭୬, ବୌଦ୍ଧ ୨୯, ଦେଓଗଡ଼ ୨୦, ଢେଙ୍କାନାଳ ୬୮, ଗଜପତି ୧୩, ଗଞ୍ଜାମ ୬୩, ଜଗତସିଂହପୁର ୧୮୧, ଯାଜପୁର ୨୩୭, ଝାରସୁଗୁଡ଼ା ୮୧, କଳାହାଣ୍ଡି ୧୧୬, କନ୍ଧମାଳ ୧୦୨, କେନ୍ଦ୍ରାପଡ଼ା ୧୧୦, କେନ୍ଦୁଝର ୮୨, କୋରାପୁଟ ୭୨, ମାଲକାନଗିରି ୬୧, ମୟୁରଭଞ୍ଜ ୧୫୪, ନବରଙ୍ଗପୁର ୧୩୧, ନୟାଗଡ଼ ୫୨, ନୂଆପଡ଼ା ୧୭୫, ପୁରୀ ୧୯୯, ରାୟଗଡା ୬୧, ସମ୍ବଲପୁର ୧୩୧, ସୋନପୁର ୨୬, ସୁନ୍ଦରଗଡ଼ ୮୦ ଚିହ୍ନଟ ହୋଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories