www.samajalive.in
Sunday, December 14, 2025
19.1 C
Bhubaneswar

ବାଇକ ଧକ୍କାରେ ୨ ମହିଳା ଗୁରୁତର, ବୁର୍ଲା ସ୍ଥାନାନ୍ତର

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଳକ ଅନ୍ତର୍ଗତ କୁଳୁଣ୍ଡାରୁ ବାଞ୍ଜିପାଲି ଯାଇଥିବା ରାସ୍ତାରେ ଏକ ବାଇକ ଧକ୍କାରେ ୨ ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ମହିଳା ମାନେ ହେଲେ ସଂଯୁକ୍ତା ବାଗ (୪୮) ଓ ବିଶାଖା ଗହିର (୫୦)। ଉଭୟ କୁଳୁଣ୍ଡା ଗ୍ରାମର ବୋଲି ଜଣାପଡ଼ିଛି। ଝିଅର ବାହାଘର ପାଇଁ ସେମାନେ କାର୍ଡ ବାଣ୍ଟୁ ଥିବା ବେଳେ ଗୋଟିଏ ବାଇକରେ ଚାରିଜଣ ଚାରିଜଣ ନାବାଳକ ପତ୍ରାପାଲି ଆଡୁ ଅତାବିରାକୁ ଆସୁଥିବା ବେଳେ ମହିଳାଙ୍କୁ ଧକ୍କା ଦେଇଥିଲେ। ଫଳରେ ଉଭୟ ମହିଳା ତଳେ ପଡ଼ିଯାଇ ଗୁରୁତର ହୋଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଅତାବିରା ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରି ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଓ ଆରୋହୀମାନଙ୍କୁ ଗ୍ରାମବାସୀ ପୁଲିସକୁ ହସ୍ତାନ୍ତର କରିଛନ୍ତି। ନାବାଳକ ମାନେ ଅତାବିରା ଏନ୍ ଏ ସି ର ୱାର୍ଡ ନଂ ୩ ଭାଲୁପlଲି ର ବୋଲି ଜଣାପଡ଼ିଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories