ଗୁରୁଡ଼ିଝାଟିଆ: ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ବିଦ୍ୟାଳୟ ସ୍ୱାସ୍ଥ୍ୟଦୂତ ସଚେତନତା କାର୍ଯ୍ୟକ୍ରମ ଗୁରୁଡ଼ିଝାଟିଅସ୍ଥିତ କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ୨୦ଟି ବିଦ୍ୟାଳୟର ୪୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେଇଥିଲେ। ୫ମରୁ ୧୦ମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କ ସ୍ୱାସ୍ଥ୍ୟ ସଂପର୍କିତ ସମାସ୍ୟାକୁ ଅନୁଧଧ୍ୟାନ କରି ଉପଶମ କରିବା, କୈଶୋର ବୟସରେ ଜୀବନଶୈଳୀକୁ ମାର୍ଜିତ କରି ଠିକଣା ଢଙ୍ଗରେ ଗଢିତୋଳି ସମାଜରେ ଜଣେ ଭଲ ମଣିଷ ହେବା ଦିଗରେ ଏହି ପ୍ରଶିକ୍ଷଣର ଗୁରୁତ୍ୱ ବହୁତ ରହିଅଝି। ପ୍ରଶିକ୍ଷଣ ନେଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ନିଜ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ସଚେତନତା କରିବା ସହ ପ୍ରତ୍ୟେକ ମାସରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରିବେ। ଏପରିକି ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀର ଦୁଇଜଣ ବିଦ୍ୟାର୍ଥୀ ସେମାନଙ୍କ ସାଙ୍ଗସାଥିଙ୍କ ଆଚରଣ, ସ୍ୱାସ୍ଥ୍ୟ ସଂପର୍କିତ ସମାସ୍ୟା ସଂପର୍କରେ ବିଦ୍ୟାଳୟର ଶିକ୍ଷକଙ୍କୁ ଅବଗତ କରାଇବେ। ଶିକ୍ଷା ସହିତ ସ୍ୱାସ୍ଥ୍ୟ ଓ ଜୀବନଶୈଳୀରେ ପରିବର୍ତ୍ତନ ସଂପର୍କିତ ଶିକ୍ଷା ବିଦ୍ୟାଳୟସ୍ତରରେ ପ୍ରଦାନ କରାଯିବାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଆୟୁଷ ଚିକିତ୍ସକ ଡାକ୍ତର ଯଶସ୍ୱିନୀ ପଣ୍ଡା ଓ ଶିକ୍ଷୟିତ୍ରୀ ସ୍ମୃତିରେଖା ସାହୁ ସ୍ୱତନ୍ତ୍ର ପ୍ରଶିକ୍ଷକ ଭାବେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ସହ ଯୋଜନାର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଆଜିଠାରୁ ୫ ଦିନ ଧରି ପ୍ରଶିକ୍ଷଣ ଅନୁଷ୍ଠିତ ହେବ। ଅନୁରୂପ ଭାବରେ ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠରେ ମଧ୍ୟ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଓ ଅପନ୍ନା ମହାପାତ୍ର ଓ ଅନ୍ୟମାନେ ଏହି ଶିବିର ଅନୁଧ୍ୟାନ କରିଥିଲେ।
Popular Categories



