www.samajalive.in
Sunday, December 14, 2025
23.1 C
Bhubaneswar

ଜିଲାସ୍ତରୀୟ ରେଡକ୍ରସ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ: ବୌଦ୍ଧରେ ଜିଲ୍ଲାସ୍ତରୀୟ ରେଡକ୍ରସ ଦିବସ ପାଳନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସତ୍ୟ ରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଯୋଗ ଦେବା ପରେ ଜିଲ୍ଳା ରେଡକ୍ରସ ପାଣ୍ଠି ସଂଗ୍ରହକୁ ଅଧିକ ଗୁରୁତ୍ୱ ଦେବାସହିତ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବିଭିନ୍ନ ସଂସ୍ଥା ଓ ବଦାନ୍ୟ ବ୍ୟକ୍ତିବିଶେଷଙ୍କଠାରୁ ଯୋଗାଡ କରିପାରିଥିବା ନେଇ ବୈଠକରେ ଉପସ୍ଥିତ ସଦସ୍ୟମାନେ ପ୍ରଶଂସା କରିଥିଲେ। ପ୍ରତ୍ୟେକ ଜନଶୁଣାଣି ସମାଧାନ ଶିବିରରେ ଅସହାୟ, ଗରିବ ଲୋକମାନଙ୍କୁ ଚିକିତ୍ସା ଓ ଜୀବନ ଜିବିକା ପାଇଁ ରେଡକ୍ରସ ପାଣ୍ଠି ଜରିଆରେ ରେକର୍ଡ ପରିମାଣର ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଏହାବ୍ୟତୀତ ରାଜ୍ୟ ରେଡକ୍ରସ ପାଣ୍ଠିକୁ ୨୫ଲକ୍ଷ ୯୫ ହଜାର ୪୧ ଟଙ୍କା ସହଯୋଗ ରାଶି ପ୍ରେରଣ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୧୬ ମସିହାଠାରୁ ରାଜ୍ୟ ରେଡକ୍ରସକୁ ଜିଲ୍ଲା ପକ୍ଷରୁ କୌଣସି ଅର୍ଥରାଶି ପ୍ରେରଣ କରାଯାଇନଥିଲା। ରେଡକ୍ରସ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହିତ ଆଜୀବନ ସଦସ୍ୟମାନଙ୍କୁ ଏଥିରେ ସାମିଲ କରିବାକୁ ବୈଠକରେ ଜିଲାପାଳ ପରାମର୍ଶ ଦେଇଥିଲେ। ସେହିପରି ଜିଲ୍ଲା ରେକଡ୍ରସର ଆଜୀବନ ସଦସ୍ୟ,ପେଟ୍ରନ ଓ ଭାଇସପେଟ୍ରନ ସଦସ୍ୟ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଏବଂ ଜିଲ୍ଳା ରେକଡ୍ରସ ପାଣ୍ଠିକୁ ଅଧିକ ସହାୟତା ରାଶି ଯୋଗାଇଦେଇଥିବା ବିଭାଗ ଗୁଡିକୁ ରେଡକ୍ରସ ଦିବସ ଅବସରରେ ପ୍ରଶଂସାପତ୍ର ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ଅବସରରେ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ, ସଂସ୍କାର ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ବାଉଁଶୁଣୀ, କେ.ବି.ହିଷ୍ଟ ମହାବିଦ୍ୟାଳୟ ବୁଟୁପାଲି, କେ.ଏମ. ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁରୁଣାକଟକ, ନବୀନ ପ୍ରସାଦ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାରାୟଣ ପ୍ରସାଦ ଓ ଜୟକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦମାମୁଣ୍ଡାରେ ନୂତନ ଭାବରେ ଯୁବ ରେଡକ୍ରସ ଶାଖା ଶୁଭାରମ୍ଭ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀମାନଙ୍କୁ ନେଇ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯିବା ସହିତ ବହୁ ସଂଖ୍ୟାରେ କର୍ମଚାରୀ ଯେପରି ସ୍ୱେଛାକୃତ ରକ୍ତଦାନ କରିବେ ସେଥିପାଇଁ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର ,ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର,ସାଂସଦ ପ୍ରତିନିଧି ତାରେଣି ମହାପାତ୍ର, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶଶାଙ୍କ ଶେଖର ମିଶ୍ର, ଯୁବରେଡକ୍ରସର ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ, ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର, ଏଡିଏମଓ ମେଡିକାଲ ଡା.ସଂଘମିତ୍ରା ପଣ୍ଡା, ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ମୋହନ ପ୍ରଧାନ, ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା, ଓରମାସ ଅଧିକାରୀ ଶିବାଶିଷ ଦାଶ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories