ସମ୍ବଲପୁର: ସମ୍ବଲପୁର ଜିଲା ଅର୍ନ୍ତଗତ କୁଚିଣ୍ଡା ବସଷ୍ଟାଣ୍ଡ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଉଚ୍ଛେଦ ନ କରିବାକୁ ଜିଲାପାଳଙ୍କ ନିକଟରେ ଅନୁରୋଧ କରାଯାଇଛି। କୁଚିଣ୍ଡା ନିବାସୀ ରାଜେଶ ପଟେଲ ଦୁରାରୋଗ୍ୟରେ ପିଡିତ ଥିବା ବେଳେ ତାଙ୍କର ବସଷ୍ଟାଣ୍ଡ ନିକଟରେ ଏକ ମୁଢ଼ିମିଲ ଓ ଘର ରହିଛି। ଉକ୍ତ ମୁଢ଼ି ମିଲ ମାଧ୍ୟମରେ ଅର୍ଜିତ ଧନରୁ ତାଙ୍କର ପରିବାର ପ୍ରତିପୋଷଣ ସହିତ ତାଙ୍କର ଚିକିତ୍ସା ଚାଲୁ ରହିଛି। ଏବେ କୁଚିଣ୍ଡା ତହସିଲଦାର ତାଙ୍କୁ ଉକ୍ତ ସ୍ଥାନରୁ ଉଚ୍ଛେଦ କରିବାକୁ ନେଇ ନୋଟିସ ଦେଇଛନ୍ତି। ଏଣୁ ବ୍ୟକ୍ତି ଜଣକ ଜିଲାପାଳଙ୍କ ନିକଟରେ ଗୁରୁବାର ଦ୍ୱାରସ୍ଥ ହୋଇ ଉଚ୍ଛେଦ ନ କରିବାକୁ ଅନୁରୋଧ କରିଛନ୍ତି।
Popular Categories



