ଅଇଁଠାପାଲି ଅଞ୍ଚଳରେ କୋଟପା ଚଢ଼ାଉ, ୫୪୦୦ ଜରିମାନା

ସମ୍ବଲପୁର: ସମ୍ବଲପୁର ଜିଲା ଖାଦ୍ୟ ନିରାପତ୍ତା ବିଭାଗ, ଅବକାରୀ, ପୁଲିସ ଓ ଡ୍ରଗ୍ସ ବିଭାଗ ପକ୍ଷରୁ ମିଳିତ ଭାବରେ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି। ଏହି କ୍ରମରେ ଅଇଁଠାପାଲି ଥାନାଞ୍ଚଳରେ ଥିବା ବିଦ୍ୟାଳୟ ଠାରୁ ୧୦୦ ମିଟର ଭିତରେ ଥିବା ପାନ ଦୋକାନ, ବସଷ୍ଟାଣ୍ଡ, ଡାକ୍ତରଖାନା ଓ ସମ୍ବେଦନଶୀଳ ସାର୍ବଜନୀନ ସ୍ଥାନ ଗୁଡିକରେ ଗୁରୁବାର ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ ସିଗାରେଟ ଓ ତମ୍ବାଖୁ ଆଦି ଜବତ କରାଯାଇଛି। ଏହି ସମୟରେ ୨୯ଟି ଦୋକାନ ଗୁଡିକରେ ଚଢ଼ଉ କରାଯାଇ ୫ ହଜାର ୪ ଶହ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟ ଅଧିକାରୀ ଡା. ମହେନ୍ଦ୍ର ନନ୍ଦ, ଅଇଁଠାପାଲି ଥାନାଧିକାରୀ ଯୋଗେଶ୍ୱର ପଣ୍ଡା, ଖାଦ୍ୟ ନିରାପତ୍ତା ଅଧିକାରୀ ସନ୍ଦିପ ସୌରଭ, ଡ୍ରଗ୍ସ ଅଧିକାରୀ ସତ୍ୟ ନାରାୟଣ ମଲ୍ଲିକ, ଲଭଲି ପ୍ରଧାନ ଆଦି ଉପସ୍ଥିତ ରହିଥିଲେ। ମଦନାୱତୀ ସ୍କୁଲ, ବୁଢ଼ାରଜା ସ୍କୁଲ, ଅଇଁଠାପାଲି ବସଷ୍ଟାଣ୍ଡ ଆଦି ଅଞ୍ଚଳରେ ଚଢ଼ଉ କରାଯାଇଥିଲା।
Comments are closed.