www.samajalive.in
Sunday, December 14, 2025
26.1 C
Bhubaneswar

ବନ ବିଭାଗର ଖୁଣ୍ଟି ଲଗାଇବାକୁ ପ୍ରତିବାଦ

ସମ୍ବଲପୁର: ସମ୍ବଲପୁର ଜିଲା ଅର୍ନ୍ତଗତ ରେଢ଼ାଖୋଲ ବ୍ଲକ ଅର୍ନ୍ତଗତ ବଲବସପୁର ଗ୍ରାମବାସୀ ମାନେ ବଲବସପୁର ଗ୍ରାମକୁ ଲାଗି ରହିଥିବା ଜମି ଗୁଡିକରେ ବନ ବିଭାଗ ପକ୍ଷରୁ ସଂରକ୍ଷିତ ଜଙ୍ଗଲ ପାଇଁ ଖୁଣ୍ଟି ଲଗାଇଛନ୍ତି। ଏହାକୁ ଗ୍ରାମବାସୀ ବିରୋଧ କରି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏହି ଗ୍ରାମର ସମସ୍ତ ବ୍ୟକ୍ତି ଆଦିବାସୀ ସମାଜର ହୋଇଥିବା ବେଳେ ସେମାନେ ଗ୍ରାମ ନିକଟରେ ଥିବା ଜମିରେ ପଶୁପାଳନ, ଚାଷ, ମହୁଲ, କେନ୍ଦୁପତ୍ର, ବେଣା, ଶାଳ ପତ୍ର, ବାଉଁଶ, କେନ୍ଦୁ, ଚାର, ଔଷଧୀୟ ବୃକ୍ଷ ଜାତ କନ୍ଦ ଓ ମୁଳ ଆଦି କରି ପରିବାର ପୋଷଣ କରି ଆସୁଛନ୍ତି। ବିନା ରାଜସ୍ୱ ଓ ବନ ବିଭାଗର ସରଜମିନ ତଦନ୍ତରେ ବନ ବିଭାଗ ପକ୍ଷରୁ ବଲବସପୁର ଗ୍ରାମକୁ ଲାଗି ରହିଥିବା ୨୦୦ ହେକ୍ଟର ଜମିକୁ ସଂରକ୍ଷିତ ଜଙ୍ଗଲ କହି ଖୁଣ୍ଟି ପୋତିବାର କାର୍ଯ୍ୟ କରାଯାଉଛି। ଏଣୁ ଏହି ଘଟଣାର ତଦନ୍ତ କରାଯାଇ ବଲବସପୁର ମୌଜାର ସମସ୍ତ ଜମିଜମା ପୂର୍ବପରି ରାଜସ୍ୱ ବିଭାଗ ପାଖରେ ରଖାଯାଇ ପୋତା ଯାଇଥିବା ଖୁଣ୍ଟି ଗୁଡିକୁ ହଟାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ପ୍ରଦତ୍ତ ଦାବିପତ୍ରରେ ଯୁଗଲ ଭୁଏ, ଚନ୍ଦ୍ରକାନ୍ତି ଭୋଇ, ସୁନିଲ ମିର୍ଦ୍ଧା, ଜଗନ୍ନାଥ ଭୋଇ, ଶମ୍ଭୁ ଭୋଏ, ଦାଶରଥି ଭୋଏ, ସୁମିତା ଭୋଇ, ସୁଶାନ୍ତ ମିର୍ଦ୍ଧା, ହିରାବତି ପ୍ରଧାନ ଙ୍କ ସମେତ ଅନେକ ଗ୍ରାମବାସୀଙ୍କ ଦସ୍ତଖତ ରହିଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories