www.samajalive.in
Sunday, December 14, 2025
23.1 C
Bhubaneswar

କାମାକ୍ଷା ମନ୍ଦିରରେ ଧ୍ୱଜାରୋହଣ ସହିତ ଚୈତ୍ର ପୂର୍ଣ୍ଣିମା ପୂଜା ସମ୍ପନ୍ନ

ସମ୍ବଲପୁର: ସମ୍ବଲପୁରର ଭାଲୁପାଲି ସ୍ଥିତ ଶ୍ରୀ ଶ୍ରୀ କାମାକ୍ଷା ଦେବୀଙ୍କ ଚୈତ୍ର ଉପଲକ୍ଷେ ନବରାତ୍ର ଓ ପୂର୍ଣ୍ଣିମା ପୂଜା ପାରମ୍ପରିକ ରିତିନିତି ଅନୁଯାୟୀ ସମ୍ପନ୍ନ ହୋଇଛି। ଗତ ୨୧ ତାରିଖରେ କଳସ ଯାତ୍ରା ସହିତ ଆରମ୍ଭ ହୋଇଥିବା ଏହି ଧାର୍ମିକ କାର୍ଯ୍ୟକ୍ରମର କ୍ରମରେ ୨୨ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ମାଁ ଙ୍କ ପୁଜା ଓ ଚଣ୍ଡୀପାଠ, ୨୯ ତାରିଖରେ ରାତ୍ରରେ ସନ୍ଧିପୂଜା, ୩୦ ତାରିଖ ପୂର୍ବାହ୍ନରେ ନବକନ୍ୟା ପୂଜନ, ୩୧ ତାରିଖରେ ବାସନ୍ତିକ ଦଶହରା, ମହାଦୁର୍ଗା ଓ ମାଁ କାମାକ୍ଷା ପୁଜା ସମ୍ପନ୍ନ ହୋଇଛି। ଗୁରୁବାର ଚୈତ୍ର ପୁର୍ଣ୍ଣିମା ଅବସରରେ ମନ୍ଦିରରେ ଶାନ୍ତି ହୋମ ଅନୁଷ୍ଠିତ ହୋଇଥିଲା। ଲକ୍ଷ୍ମୀକାନ୍ତ ସାହୁ ଓ ଜ୍ୟୋତ୍ସ୍ନାମୟୀ ସାହୁ କର୍ତ୍ତାକର୍ତ୍ତୀର ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ଜୟ ଗୋପାଳ ସୁଆରଙ୍କ ପୌରୋହିତ୍ୟରେ ନବରାତ୍ର ପୁଜାର ସମସ୍ତ କର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ସନ୍ଧ୍ୟା ସମୟରେ ମନ୍ଦିରରେ ମହାଆଳତୀ କରାଯାଇ ନୂତନ ଧ୍ୱଜାରୋହଣ କରାଯାଇଥିଲା। ଏହି ଅବସରରେ ପୂଜକ ପଞ୍ଚାନନ ଦେହୁରୀ କର୍ତ୍ତା ଲକ୍ଷ୍ମୀକାନ୍ତ ସାହୁ ଙ୍କ ଠାରୁ ଧ୍ୱଜା ନେଇ ମନ୍ଦିର ଉପରକୁ ଉଠି ଧ୍ୱଜାରୋହଣ ନିତି ସମ୍ପନ୍ନ କରିଥିଲେ। ଏଥିରେ ଅଜୟ ବାରିକ ଓ ବିଜୟ ସାହୁ ସହଯୋଗ କରିଥିଲେ ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories