ଏମିତି କରନ୍ତୁ, କମିବ ଓଜନ
ସମ୍ପ୍ରତି ପରିସ୍ଥିତିରେ ସମସ୍ତେ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି। ଓଜନ ବୃଦ୍ଧି ହେତୁ ମଧୁମେହ, ହୃଦ୍ରୋଗ, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଉପୁଜେ। ଏହାର ମୁଖ୍ୟ କାରଣ ହେଉଛି ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ। ଠିକ୍ ସମୟରେ ଏବଂ ସୁସ୍ଥ ଢ଼ଙ୍ଗରେ ନ ଖାଇବା କାରଣରୁ ଲୋକମାନେ ବାରମ୍ବାର ଭୋକିଲା ଅନୁଭବ କରି ଫାଷ୍ଟଫୁଡ୍ ଭଳି ଖାଦ୍ୟ ଖାଆନ୍ତି। ବିଶେଷକରି ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରନ୍ତି, ମଧ୍ୟରାତ୍ରିରେ ହେଉଥିବା ଭୋକରେ ବ୍ୟତିବ୍ୟସ୍ତ ହୋଇ ବିସ୍କୁଟ୍, ଚିପ୍ସ ଓ ଛଣାଛଣି ଭଳି ଖାଦ୍ୟ ଖାଉଥିବା କାରଣରୁ ସେମାନଙ୍କ ଓଜନ ବଢ଼ିଯାଏ।
ଯଦି ରାତିରେ ଶୋଇବା ପୂର୍ବରୁ ଖାଇବା ଅଭ୍ୟାସ ଅଛି, ତେବେ ବଜାରରେ ମିଳୁଥିବା ଗ୍ରୀକ୍ ଦହି ଆଣି ଖାଇପାରିବେ। ପ୍ରୋଟିନ୍ ଭରପୂର ଗ୍ରୀକ୍ ଦହି ଖାଇଲେ ରାତିର ଖାଦ୍ୟ ଲୋଭକୁ କମ୍ କରିବା ସହ ପେଟ ଭର୍ତ୍ତି ରଖିବ। ଏହାକୁ ଖାଇବା ପରେ ଭଲ ନିଦ ବି ହୁଏ କାରଣ ଗ୍ରୀକ୍ ଦହିରେ ଆମିନୋ ଏସିଡ୍ ଟ୍ରାଇପଟୋଫାନ୍ ଥାଏ, ଯାହା ନିଦ ହେବାରେ ସାହାଯ୍ୟ କରେ।
ଓଜନ କମାଇବା ପାଇଁ ପେସ୍ତାବାଦାମ ଖାଇବାକୁ ମଧ୍ୟ ଭଲ ବୋଲି ବିବେଚନା କରାଯାଏ। ନିୟମିତ ଭାବେ ଏହା ଖାଇବା ଦ୍ୱାରା ଶରୀରର ଚର୍ବି କମିଯାଏ। ଯଦିଓ ଓଜନ ହ୍ରାସ ପାଇଁ ସେମାନଙ୍କୁ କଞ୍ଚା ଖାଇବା ବହୁତ ଭଲ, କିନ୍ତୁ ଯଦି ଆପଣ ଚାହିଁବେ, ଏହାକୁ ପାଉଡର ଆକାରରେ ବି ଖିର ସହ ମିଶାଇ ଖାଇପାରିବେ।
କମ୍ କ୍ୟାଲୋରୀ ଏବଂ ଫାଇବରଯୁକ୍ତ ଚେରୀ ଟମାଟୋକୁ ବି ନିୟମିତ ସାଲାଡ ଭାବେ ଖାଇଲେ ଓଜନ ହ୍ରାସରେ ସାହାଯ୍ୟ କରେ। ଏଥିରେ କମ୍ ପରିମାଣର ସୋଡିୟମ୍ ଏବଂ ଅଧିକ ପରିମାଣର ଜଳ ଥିବାରୁ ତାହା ମଧ୍ୟ ଓଜନକୁ ନିୟନ୍ତ୍ରଣରେ ରଖେ।
Comments are closed.