www.samajalive.in
Monday, December 15, 2025
16.1 C
Bhubaneswar

ଗରିବ କଲ୍ୟାଣ ଯୋଜନାରୁ ବଂଚିତ ଅଧିବାସୀ

କେଶଦୁରାପାଳ: ଘଷିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଳିମାଟି ପଞ୍ଚାୟତ ଜନଜାତି ଅଧ୍ୟୁଷିତ କୁମଡ ଗ୍ରାମର ଶହ ଶହ ଗରିବ ଅଧିବାସୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଇ ଥିବା ଗରିବ କଲ୍ୟାଣ ଯୋଜନାରୁ ଯେଭଳି ବଞ୍ଚିତ କରାଯାଉଥିବା କେନ୍ଦୁଝର ଜିଲ୍ଲା ବୁଦ୍ଧିଜୀବୀ ସେଲ ସଂଯୋଜକ ଡ଼ଃ ଶମ୍ଭୁନାଥ ରାଉତ କ୍ଷୋଭ ପ୍ରକାଶ କରିଛନ୍ତି। ଏ ପର୍ଯ୍ୟନ୍ତ ଅଶୀ ବର୍ଷରେ ପହଞ୍ଚିଥିବା ବୃଦ୍ଧ ବୃଦ୍ଧା ମାନେ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଦାରିଦ୍ର୍ୟ ସୀମରେଖା ତଳେ ଥିବା ହିତାଧିକାରୀ ପ୍ରଧାନମନ୍ତ୍ରୀ ବାସଗୃହ ଯୋଜନାରେ ଘର ଖଣ୍ଡିଏ ପାଇନାହାନ୍ତି। ଶହେ ଘରରୁ ଅଧିକ ପରିବାର ପାଇଁ ଗୋଟିଏ ନଳକୂପ ଥିବା ବେଳେ ଗ୍ରାମ ଠାରୁ ଅନତି ଦୂରରେ ଥିବା ବୈତରଣୀ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି ଯେଉଁଠାରେ ଘାଟ ନାହିଁ। ସେହି ଗ୍ରାମକୁ ବିଡ଼ିଓ କିମ୍ବା କୌଣସି ସରକାରୀ ଅଧିକାରୀଙ୍କ ପାଦ ପଡ଼ିବା କଥା ସେହି ଗ୍ରାମର ଲୋକଙ୍କ ମୁହଁରୁ ସିଧା ସଳଖ ଶୁଣିଲେ ବାସ୍ତବତାକୁ ଉପଲବ୍ଧି କରିହେବ। ତୁରନ୍ତ ଏହି ସମସ୍ୟା ଗୁଡ଼ିକର ସମାଧାନ କରା ନ ଗଲେ କୁମଡବାସୀଙ୍କ ସହ ସେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories