www.samajalive.in
Sunday, December 14, 2025
19.1 C
Bhubaneswar

ଚୁଡା ଉପମା ବିକି କୋଟିପତି- ପ୍ରତିମାସରେ ଏତିକି ରୋଜଗାର

ନୂଆଦିଲ୍ଲୀ – କୋଭିଡ୍‌ ଅନେକ ଲୋକଙ୍କ ଜୀବନ ଜୀବିକାକୁ ବଦଳାଇ ଦେଇଥିଲା । କିଛି ଲୋକଙ୍କ ଚାକିରି ଚାଲିଯାଇଥିଲା । ଆଉ କିଛି ନିଜ ଚାକିରି ଛାଡି ଅନ୍ୟ କାମ କରିଥିଲେ । ଏବେ ଚୁଡା ଉପମା ବିକୁଥିବା ଜଣେ ବ୍ୟକ୍ତିଙ୍କର ରୋଜଗାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଯୁବକ ଜଣଙ୍କ ମାସକୁ ୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଇନ୍ଦୋରର ଜଣେ ବ୍ୟକ୍ତି ମଲ୍ଟି ନ୍ୟାସନାଲ କମ୍ପାନୀରେ କାମ କରୁଥିଲେ । ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ହେଲେ କରୋନା ସମୟରେ ତାଙ୍କର ଚାକିରି ଚାଲିଯାଇଥିଲା । କରୋନା ଏବଂ ତାଲାବନ୍ଦ ହଟିବା ପରେ ସେ ଆଉ ଚାକିରି କରିବା ପାଇଁ ଇଚ୍ଛା କରି ନଥିଲେ ।
ତାଙ୍କ ଘର ନିକଟରେ ଏକ ଠେଲା ଗାଡ଼ିରେ ଚୁଡା ଉପମା ବିକ୍ରି କରିବା ଆରମ୍ଭ କରିଥିଲେ ।

- Advertisement -

ତାଙ୍କର ଚୁଡା ଉପମା ଏତେ ସ୍ୱାଦ ଥିଲା ଧୀରେ ଧୀରେ ଲୋକଙ୍କ ଗହଳି ଜମି ଥିଲା । ଏବେ ସେ ଗୋଟିଏ ଦୋକାନରୁ ୬ଟି ଦୋକାନ କଲେଣି । ଗୋଟିଏ ପ୍ଲେଟ୍‌କୁ ସେ ୩୦ ଟଙ୍କା ଲେଖାଏଁ ବିକ୍ରି କରୁଛନ୍ତି ।

ପ୍ରତି ଠେଲାରୁ ୩ରୁ ୬ ହଜାର ଟଙ୍କା ଲାଭ କରୁଛନ୍ତି । ଦୈନିକ ସେ ୧୮ ହଜାର, ପ୍ରତି ମାସରେ ୫ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି । ଏବେ ସେ କୋଟି ପତି । କରୋନାରେ ଚାକିରି ଚାଲିଯାଇଥିଲେ ମଧ୍ୟ କୌଣସି କାମକୁ ଛୋଟ ନଭାବି ସେ ଠେଲା ଲଗାଇଥିବାରୁ ଏବେ ବହୁତ ଖୁସୀ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories