www.samajalive.in
Sunday, December 14, 2025
23.1 C
Bhubaneswar

ଖୋଖୋ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କେଶଦୁରାପାଳ: ପ୍ରାଣ ବଲ୍ଲଭ ସ୍କୁଲରେ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ସିବିଏସଇ କ୍ଲଷ୍ଟର ଟୁ ଖୋଖୋ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ଖେଳ ବେଶ ଚିତାକର୍ଷକ ହୋଇଥିଲା। ବାଳିକା ବର୍ଗରେ ପ୍ରଥମ ମ୍ୟାଚରେ କେରଳ ଇଂଲିଶ ମିଡିୟମ, ଚମ୍ପୁଆ, କେଉଁଝର ସହିତ ବିକାଶ ରେସିଡ଼େନ୍ସିଆଲ, ବରଗଡ ପ୍ରତିଯୋଗିତାରେ କେରଳ ଇଂଲିଶ ମିଡିଅମ ବିଜେତା ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଛି। ସେହିପରି ସାଇଇଣ୍ଟରନ୍ୟାସନାଲ, ଭୁବନେଶ୍ୱର ଡିଏଭି, ଏନଟିପିସି ତାଳଚେରକୁ ହରାଇ ସେମିଫାଇନାଲରେ କେରଳ ଇଂଲିଶ ମିଡିୟମ ସହିତ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଖେଳି କେରଳ ଇଂଲିଶ ମିଡିୟମ ସ୍କୁଲ, ଚମ୍ପୁଆ ପାଖରୁ ହାରିଯାଇଥିଲା।

ଫାଇନାଲ ମ୍ୟାଚରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ଡିମ୍ବୋ, କେଉଁଝର ବାଳିକା ବର୍ଗରେ ଚମ୍ପିୟାନ ହୋଇଥିବା ବେଳେ କେରଳ ଇଂଲିଶ ମିଡିୟମ ସ୍କୁଲ, ଚମ୍ପୁଆ, ଫାଷ୍ଟ ରନର୍ସଅପ, ଗାନ୍ଧୀ ପବ୍ଲିକ ସ୍କୁଲ, ଗୁଣୁପୁର, ସେକେଣ୍ଡ ରନର୍ସଅପ ଓ ତୃତୀୟ ସ୍ଥାନରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ଭୁବନେଶ୍ୱର ବାଳକ ବର୍ଗରେ ଚମ୍ପିୟନ ହୋଇଥିବା ବେଳେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ଡିମ୍ବୋ, କେଉଁଝର ଫାଷ୍ଟ ରନର୍ସଅପ, ଗାନ୍ଧୀ ପବ୍ଲିକ ସ୍କୁଲ, ଗୁଣୁପୁର,ରାୟଗଡା ସେକେଣ୍ଡ ରନର୍ସଅପ କେରଳ ଇଂଲିଶ ମିଡିୟମ ସ୍କୁଲ, ଚମ୍ପୁଆ, କେଉଁଝର ତୃତୀୟ ସ୍ଥାନରେ, କଳାହାଣ୍ଡିର ବିକାଶ ରେସିଡ଼େନ୍ସିଆଲ ସ୍କୁଲ, ଭବାନିପାଟଣା ରହିଛି। ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବ୍ଲକ ଶିକ୍ଷା ଅଧିକାରୀ ତପୋଧନ ସ୍ବାଇଁ, ବିଶେଷ ଅତିଥି ଭାବେ ଗୋହିରା ଗ୍ରାମ ପଞ୍ଚାୟତ ସରପଞ୍ଚ ମନ୍ଦାକିନୀ ପାତ୍ର ଯୋଗ ବିଭିନ୍ନ ପ୍ରଦେଶରୁ ଆସିଥିବା ଖୋ ଖୋ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories