www.samajalive.in
Monday, December 15, 2025
15.1 C
Bhubaneswar

ସାଇବର ସୁରକ୍ଷା ସଚେତନତା ଶିବିର

ରେଙ୍ଗାଲି: ରେଙ୍ଗାଲି ପୁଲିସ ପକ୍ଷରୁ ସ୍ଥାନୀୟ ସୁରଜମଲ୍ କଲେଜ ଓ ନୁଆଁ ରମ୍ପେଲା ହାଇସ୍କୁଲରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସୁରକ୍ଷା ରଥକୁ ଉଭୟ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ, ଅଧ୍ୟାପକ, ଶିକ୍ଷକ ମାନେ ସ୍ବାଗତ କରିଥିଲେ। ପ୍ରଥମେ ସୂରଜମଲ୍ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାଧ୍ୟାପକ ଜ୍ଞାନେନ୍ଦ୍ର ନାରାୟଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରେଙ୍ଗାଲି ଭାରପ୍ରାପ୍ତ ଥାନା ଅଧିକାରୀ ସୁଦର୍ଶନ ପଣ୍ଡା ଓଠେଲକୋଲୋଇ ଭାରପ୍ରାପ୍ତ ଥାନା ଅଧିକାରୀ ସାବିତ୍ରୀ ବଳ ଓ ଅଧ୍ୟାପକ ସୁଜିତ କୁମାର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବର୍ତ୍ତମାନ ସମାଜର ସବୁ ପିଢିର ନାଗରିକ ସାଇବର ଠକେଇର ଶିକାର ହେଉଥିବାରୁଏଥିପ୍ରତି ସତର୍କ ରହିବା ସହିତ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।

ନୂଆଁ ରମ୍ପେଲା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ରେଙ୍ଗାଲି ଥାନାଧିକାରୀ ସୁଦର୍ଶନ ପଣ୍ଡା କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଠେଲକୋଲୋଇ ଥାନାଧିକାରୀ ସାବିତ୍ରୀ ବଳ ଛାତ୍ରଛାତ୍ରୀଙ୍କୁ ସାଇବର୍ ଠକାମୀରୁ କିପରି ନିଜକୁ ସୁରକ୍ଷିତ ରଖିବା ସଙ୍ଗେ ସଙ୍ଗେ ନିଜ ପରିବାର ତଥା ପଡ଼ୋଶୀ ମାନଙ୍କୁ ସୁରକ୍ଷିତ ରଖିବେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories