ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ସଙ୍କଳ୍ପ ସପ୍ତାହ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନମିତା କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସ୍ବଛତା ଓ କୃଷିର ବିକାଶ କରିବା ଲକ୍ଷ୍ୟ ରଖାଯାଇଛି। ମହିଳା ମାନେ କିଭଳି ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଲୋନ ଦେଣ ନେଣ କରି ଆତ୍ମ ନିର୍ଭରଶୀଳ ହେବେଓ ସରକାରଙ୍କ ଦ୍ଵାରା ବିଭିନ୍ନ ବିଭାଗର ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରି ତାର ଲାଭ ପାଇପାରିବେ, ସେ ନେଇ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟ୍ୟରେ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ ମହିଳା ଓ ଶିଶୁବିକାଶ ଅଧିକାରିଣୀ ହରପ୍ରିୟା ମେହେର, କୃଷି ଅଧିକାରୀ ଟିକେଶ୍ବର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



