www.samajalive.in
Sunday, December 14, 2025
26.1 C
Bhubaneswar

୧୦ ହଜାର ଟଙ୍କାରେ ଆରମ୍ଭ କରିଥିଲେ ବ୍ୟବସାୟ- ଏବେ ୧୩ହଜାର୮୦୦ କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ – ମାତ୍ର ୧୦ ହଜାର ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିବା ରାଜେଶ ମେହେତା ଏବେ ୧୩ହଜାର ୮୦୦ କୋଟି ଟଙ୍କାର ମାଲିକ .  ସେ ଦେଶର ସବୁଠାରୁ ବଡ ସୁନା ବ୍ୟବସାୟୀ ।

ଗୁଜୁରାଟର ରାଜେଶ ମାତ୍ର ୧୬ ବର୍ଷ ବୟସରେ ବ୍ୟବସାୟ ଆରମ୍ଭ କରିଥିଲେ । ତାଙ୍କ ପିତା ଏହି ସୁନା ଅଳଙ୍କାର ବ୍ୟବସାୟ ପାଇଁ ବେଙ୍ଗାଲୁରୁ ଆସିଥିଲେ । ନିଜ ପରିବାରର ଏହି ବ୍ୟବସାୟକୁ ଆଗକୁ ନେବା ପାଇଁ ରାଜେଶ ତାଙ୍କ ବଡ ଭାଇଙ୍କ ସହ ମିଶିକରି ବ୍ୟବସାୟ କରିଥିଲେ । ୧୯୮୯ ମସିହାରେ ସେ ୧୦ ହଜାର ଟଙ୍କା ଧାର କରି ବ୍ୟବସାୟ ଆରମ୍ଭ କରିଥିଲେ । ଚେନ୍ନାଇରୁ ଗହଣା କିଣିବା ପରେ ସେ ଗୁଜୁରାଟରେ ତାକୁ ବିକ୍ରି କରି ଦେଉଥିଲେ ।

- Advertisement -

ବ୍ୟବସାୟ ବେଳେ ସେ ପ୍ରଥମେ ତାଙ୍କ ଭାଇଙ୍କଠାରୁ ଦୁଇ ହଜାର ଟଙ୍କା ଏବଂ ବ୍ୟାଙ୍କଠାରୁ ୮ ହଜାର ଟଙ୍କା ନେଇଥିଲେ । ଏକ ଛୋଟ ଗ୍ୟାରେଜ୍‌କୁ ସେ ଜୁଏଲାରୀ ଦୋକାନରେ ପରିଣତ କରି ବ୍ୟବସାୟ ଆରମ୍ଭ କରିଥିଲେ । ଏବେ ସେ ବ୍ରିଟେନ୍‌, ଦୁବାଇ ସହ ବିଶ୍ୱର ବିଭିନ୍ନ ଦେଶକୁ ସ୍ୱର୍ଣ୍ଣ ଆଭୂଷଣ ରପ୍ତାନୀ କରୁଛନ୍ତି । ଏବେ ସେ ୧୩ହଜାର ୮୦୦ କୋଟି ଟଙ୍କାର ମାଲିକ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories