ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଲଇଡାରେ ଥିବା ଦୁତିକା ସାହୁ ମହାବିଦ୍ୟାଳୟରେ ଆଜି ନାକ୍ ପକ୍ଷରୁ ସବୁଜ ପରିବେଷ ଓ ଶକ୍ତି ସଂରକ୍ଷଣର ହିସାବ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଏଚ୍ଏସ୍ ସର୍ଭିସ୍ କମ୍ପାନୀ ପକ୍ଷରୁ ହିସାବ ସମୀକ୍ଷା କରାଯାଇଥିବାର ଜଣାପଡିଛି। ଏହି କମ୍ପାନୀର ଚିଫ୍ ଅଡିଟର୍ ଡ଼ଃ ଉଦୟ ପ୍ରତାପ ଏହି ହିସାବ ସମୀକ୍ଷା କରୁଛନ୍ତି। ଏହି ଅବସରରେ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ଃ ବସନ୍ତ କୁମାର ନାଏକଙ୍କ ସଭାପତିତ୍ୱରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅଡିଟର୍ ଡଃ ଉଦୟ ପ୍ରତାପ ଛାତ୍ରଛାତ୍ରୀ ମାନଙ୍କ ସହିତ ସବୁଜ ପରିବେଶ ଏବଂ ଶକ୍ତି ସଂରକ୍ଷଣ ସହିତ ବିଭିନ୍ନ ବିଷୟକୁ ନେଇ ପାରସ୍ପରିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Popular Categories



