ବୁର୍ଲା: ଭିସୁଟ୍ ର ଇ-ଶିକ୍ଷା କେନ୍ଦ୍ର ରେ ଆଜି ସ୍ବାବଲମ୍ଵୀ ଭାରତ ଅଭିଯାନ ସହଯୋଗରେ ଏକ ଉଦ୍ୟୋଗୀ ଉତ୍ସାହ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଛାତ୍ରମାନଙ୍କୁ ସ୍ୱୟଂ ରୋଜଗାରର ମହତ୍ତ୍ୱ ଏବଂ ଆବଶ୍ୟକତା ବିଷୟରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା। ସ୍ୱାବଲମ୍ବୀ ଭାରତର ସଂଯୋଜକ ଅନ୍ନଦା ଶଙ୍କର ପାଣିଗ୍ରାହୀ ବ୍ୟବସାୟ ଏବଂ ଉଦ୍ୟୋଗୀର ଗୁରୁତ୍ୱ ଉପରେ ପ୍ରତିଫଳିତ କରିଥିଲେ। କେୟାରହସ୍ପିଟାଲ ସମ୍ବଲପୁରର ନିର୍ଦ୍ଦେଶକ ତଥା ସ୍ବାବଲମ୍ବୀ ଭାରତ ଅଭିଯାନ ସମ୍ବଲପୁର ଜିଲ୍ଲାର ସଂଯୋଜକ ଡକ୍ଟର ପ୍ରକାଶ କୁମାର ଦେବତା, ସୁମୀ ଉଦ୍ୟୋଗୀ ଡ. ଗୈାରୀ ଶଙ୍କର ବେରିହା ଉପସ୍ଥିତ ଥିଲେ।
Popular Categories



