www.samajalive.in
Monday, December 15, 2025
15.1 C
Bhubaneswar

ଆଇଜର ଶିକ୍ଷାନୁଷ୍ଠାନ ହଷ୍ଟେଲରେ ଛାତ୍ରଙ୍କ ଆତ୍ମହତ୍ୟା

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଲଉଡିଗାଁ ଠାରେ ଥିବା ଆଇଜର ସ୍ଥାୟୀ କ୍ୟାମ୍ପସ ପରିସରରେ ଥିବା ବାଳକ ହଷ୍ଟେଲରେ ଜଣେ ପ୍ରଥମ ବର୍ଷ ଛାତ୍ର ଫ୍ୟାନ ହୁକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣଙ୍କ ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ବାଲେଶ୍ଵର ସଦର ଥାନା ଅଧୀନସ୍ଥ ଡୁମା ଡିହିର ସୌମ୍ୟ ସତ୍ୟ ମକର ମୁର୍ମୁ (୧୮) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଆଜି ସକାଳ ସାଢେ଼ ୧୧ଟା ବେଳେ ଆଇଜର ପକ୍ଷରୁ ଫୋନ‌ ଯୋଗେ ଗୋଳନ୍ଥରା ଥାନାକୁ ପ୍ରଥମ ବର୍ଷ ଛାତ୍ର ସୌମ୍ୟ ହଷ୍ଟେଲ ରୁମ ପରିସରରେ ଆତ୍ମହତ୍ୟା କରିଥିବା ସୂଚନା ଦିଆଯାଇଥିଲା। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିବା ସମୟରେ ବାଳକ ହଷ୍ଟେଲର ୭ମ ମହଲାର ୭୨୪ ନଂ ରୁମରେ ସୌମ୍ୟ କୋଠାରୀର ଫ୍ୟାନରେ ଏକ ଗାମୁଛା ସାହାଯ୍ୟରେ ଝୁଲି ଥିବା ଦେଖିବାକୁ ପାଇଥିଲେ। ଆଇଜର କର୍ତ୍ତୁପକ୍ଷଙ୍କ ଉପସ୍ଥିତିରେ ସୌମ୍ୟଙ୍କ ଶରୀରକୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପୁଲିସ ସୂଚନା ଦେଇଛନ୍ତି। ଅନ୍ୟ ପଟେ ମୃତ ସୌମ୍ୟ ଗତ ୨୦ ଦିନ ହେଲା ଅନୁଷ୍ଠାନକୁ ଆସିଥିବା ବେଳେ ହଷ୍ଟେଲରେ ରହି ଆସୁଥିଲେ। କିପରି ଓ‌ କାହିଁକି ସୌମ୍ୟ ଆତ୍ମହତ୍ୟା କଲେ ତାହାକୁ ନେଇ ପୁଲିସ ତଦନ୍ତ କରୁଥିବା ସହ କୋଠରୀ ପରିସରରୁ ଛାତ୍ରଙ୍କ ମୋବାଇଲ ଜବତ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories