QNETIC – Mobile

ଦ୍ରୁତଗାମୀ ଟ୍ରେନ ରହଣି ନେଇ ଧାରଣା ପ୍ରତ୍ୟାହୃତ

ଗଞ୍ଜାମ: ଗଞ୍ଜାମ ଷ୍ଟେସନରେ ଦୁଇଟି ଦ୍ରୁତଗାମୀ ଟ୍ରେନ ରହଣି ଦାବୀରେ ବରିଷ୍ଠ ଗଞ୍ଜାମ ପୌରାଞ୍ଚଳ ନାଗରିକ ପରିଷଦ ପକ୍ଷରୁ ଷ୍ଟେସନ ସମ୍ମୁଖରେ ଦିଆଯାଇଥିବା ଧାରଣା ପଞ୍ଚମ ଦିନରେ ଶୁକ୍ରବାର ଦିନ ପ୍ରତ୍ୟାହୃତ ହୋଇଛି। ଗଞ୍ଜାମ ଷ୍ଟେସନରେ ଆସନ୍ତା ୩୦ରୁ ୪୫ ଦିନ ମଧ୍ୟରେ ହୀରାଖଣ୍ଡ ଟ୍ରେନ ରହିବ ଏବଂ ଅନ୍ୟଟି ପୁରୀ-ତିରୁପତି ପାଇଁ ରେଳ ବିଭାଗ ଜୋନାଲ ମୁଖ୍ୟାଳୟକୁ ଅନୁମୋଦନ ପାଇଁ ପଠାଯାଇଛି ବୋଲି ଲିଖିତ ପ୍ରତିଶୃତି ପରେ ଧାରଣା ପ୍ରତ୍ୟହୃତ ହୋଇଛି ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି।

Comments are closed.