www.samajalive.in
Monday, December 15, 2025
15.1 C
Bhubaneswar

ଉଦଯାପିତ ହେଲା ବ୍ଲକ କଳାକାର ସଂଘର ଦୁଇ ଦିନିଆ କର୍ମଶାଳା

କଲମପୁର: ଲୋକ କଳା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଚେତନତା ବାର୍ତ୍ତା। ଲୋକେ ପାଲା, ଦାସକାଠି, ଘୁମୁରା ଆଦି ଲୋକ କଳା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାର ଉପକାର ସମ୍ବନ୍ଧରେ ବୁଝି ପାରିବେ। ପୁଣି କିଏ କିଏ କେଉଁ ଯୋଜନାର ହିତାଧିକାରୀ ତାହା ଏହି ଲୋକ କଳା ମାଧ୍ୟମରେ ପ୍ରଦର୍ଶନ କରାଯିବ। ଏନେଇ ଚୟନ ହେଇ ସାରିଛନ୍ତି କଳାକାର। ଏହି କଳାକାର ମାନେ ଦଳ ଦଳ ହେଇ ଗାଁକୁ ଗାଁ ଯାଇ ଲୋକ କଳା ପ୍ରଦର୍ଶନ କରିବେ। ତେଣୁ ଏନେଇ ଗୁରୁବାର ଓ ଶୁକ୍ରବାର କଲମପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ କଳାକାରଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।
ଗୁରୁବାର କଲମପୁର ବ୍ଲକ କଳାକାର ସଂଘର ସଭାପତି ତଥା ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଅଧ୍ୟକ୍ଷତାରେ ସମିତି ଅଧ୍ୟକ୍ଷା ମୋତି ବିହାରୀ ତାଲିମ ଶିବିରକୁ ଉଦଘାଟନ କରିଥିଲେ। ତହସିଲଦାର ରୁଦ୍ର ମୋହନ ନାୟକ, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଜିତେନ୍ଦ୍ର କୁମାର, ବ୍ଲକ କଳାକାର ସଂଘର ଉପସଭାପତି ନାସିର ମହମ୍ମଦ ପ୍ରମୁଖ ମଞ୍ଚାସୀନ ଥିଲେ।

ବ୍ଲକ କଳାକାର ସଂଘର ସମ୍ପାଦିକା ତଥା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖିତିସୂତା ମେହେର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହାସହ ରାଜ୍ୟ ସରକାଙ୍କ ସାମାଜିକ ସୁରକ୍ଷା ଯୋଜନା ଓ ହିତାଧିକାରୀ ଚୟନ କିଭଳି କରାଯାଉଛି ସେନେଇ କଳାକାର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ୫ଟି ବିଦ୍ୟାଳୟ, ବିଦ୍ୟାଳୟର ରୂପାନ୍ତରିକରଣ ଏବଂ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ଓ ଛାତ୍ର ଛଆତ୍ରୀ କିଭଳି ଉପକୃତ ହେଉଛନ୍ତି ସେନେଇ ଶିକ୍ଷକ ମନ୍ମଥ କୁମାର ମିଶ୍ର ତାଲିମ ପ୍ରଦାନ କରିଥିଲେ। ମହିଳା ସଶକ୍ତିକରଣ ଏବଂ ମିଶନ ଶକ୍ତି ସମ୍ବନ୍ଧରେ ବ୍ଲକ ପ୍ରକଳ୍ପ ପରି·ଳକ ରିଜିଆନୁସ୍ ଏକା ତାଲିମ ପ୍ରଦାନ କରିଥିଲେ। ସେହିଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଆଦି ବିଭାଗର ଯୋଜନା ନେଇ ତାଲିମ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories