www.samajalive.in
Sunday, December 14, 2025
19.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓ ଇଷ୍ଟୁଆରିନ୍ ଏଣ୍ଡ କୋଷ୍ଟଲ ଷ୍ଟଡିସ୍ ଫାଉଣ୍ଡେସନ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓ ଇଷ୍ଟୁଆରିନ୍ ଏଣ୍ଡ କୋଷ୍ଟଲ ଷ୍ଟଡିସ୍ ଫାଉଣ୍ଡେସନ, ପଶ୍ଚିମବଙ୍ଗ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି। ଏହି ଚୁକ୍ତି ଦ୍ଵାରା ସାମୁଦ୍ରିକ ଓ ମୁହାଣ ଗବେଷଣା କ୍ଷେତ୍ରରେ ୨ଟି ଅନୁଷ୍ଠାନ ମଧ୍ୟରେ ଉତ୍ତମ ଜ୍ଞାନ କୌଶଳ ବିନିମୟ ହୋଇପାରିବ। ଏହାଦ୍ଵାରା ଗବେଷକ ମାନେ ମିଳିତ ଭାବେ ପରୀକ୍ଷାଗାର ଓ ଯନ୍ତ୍ରପାତିର ସୁବିନିଯୋଗ କରି ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳର ସୁରକ୍ଷା ଓ ଅର୍ଥନୀତିକ ଅଭିବୃଦ୍ଧିରେ ସହାୟକ ହୋଇପାରିବେ ଓ ମିଳିତ ଭାବେ ପାଠ୍ୟକ୍ରମ, କର୍ମଶାଳା, ବତ୍କୃତା ଆଦି ଆୟୋଜନ କରିପାରିବେ। ଏହି ଚୁକ୍ତି ୫ ବର୍ଷ ପାଇଁ କରାଯାଇଛି। ଏହି ଚୁକ୍ତି ପତ୍ର ସ୍ବାକ୍ଷର ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, କୁଳସଚିବ ସଚ୍ଚିଦାନନ୍ଦ ନାୟକ, ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ, ଆଇକ୍ୟୂଏସିର ନିର୍ଦେଶକ ପ୍ରଫେସର୍ ସୁଧାକର ପାତ୍ର, ସିଡିସିର ନିର୍ଦେଶକ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ, ସାମୁଦ୍ରିକ ବିଜ୍ଞାନ ବିଭାଗର ମୁଖ୍ୟ ଡ଼ଃ ତମଘ୍ନ ଆଚାରୀୟ ପ୍ରମୁଖ ଉପସ୍ଥିତ ଥିବା ବେଳେ ଇଷ୍ଟୁଆରିନ୍ ଏଣ୍ଡ କୋଷ୍ଟଲ ଷ୍ଟଡିସ୍ ଫାଉଣ୍ଡେସନ, ହାୱଡା ପଶ୍ଚିମବଙ୍ଗ ପକ୍ଷରୁ ନିର୍ଦ୍ଦେଶକ ଡ଼ଃ ସୌରଭ ପାଲ, ବୈଜ୍ଞାନିକ ଡଃ କହ୍ନେଇଲାଲ ଦାସ, ଗବେଷିକା ପୂଜା ମିଶ୍ର ଓ ଦେବରତି ସେନଗୁପ୍ତା ଉପସ୍ଥିତ ଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories