କାମାକ୍ଷାନଗର: କାମାକ୍ଷାନଗର ବିଧାୟକ ତଥା ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ କାକାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଜଗନ୍ନାଥପୁର ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳ ତରଫରୁ ଏକ ଜନସମ୍ପର୍କ ପଦଯାତ୍ରା ଓ ପଥପ୍ରାନ୍ତ ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କରିଥିବା ଜନକଲ୍ୟାଣ କାରି ଯୋଯନା ବିଷୟରେ ଆଲୋକପାତ କରିଥିଲେ। ଏହି ଜନସମ୍ପର୍କ ପଦଯାତ୍ରା କାମାକ୍ଷାନଗର ବ୍ଳକର ସମସ୍ତ ବିଜୁ ଜନତା ଦଳର କର୍ମୀ ସାମିଲ ହୋଇଥିଲେ।
Popular Categories



