ହରଭଙ୍ଗା: ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମଙ୍ଗଳବାର ବୌଦ୍ଧ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତି ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକର ବିଭିନ୍ନ ସ୍ଥାନରୁ ୭୮ଟି ଅଭିଯୋଗ ପଞିକରଣ ହୋଇଥିଲା। ସେଥିରୁ ୭୫ଟି ବ୍ୟକ୍ତିଗତ, ୩ଟି ସାମୁହିକ ଅଭିଯୋଗ ରହିଥିଲା।ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ୬୨ଟି ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୬ ଜଣଙ୍କୁ ୨ ଲକ୍ଷ ୫ ହଜାର ଟଙ୍କା, ରେଡକ୍ରସରୁ ୬ ଜଣଙ୍କୁ ୩୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।
Popular Categories



