www.samajalive.in
Monday, December 15, 2025
17.1 C
Bhubaneswar

ପାଟଣା ବନାଞ୍ଚଳରେ ୧୮ ଟିକିଆ ହାତୀପଲ, ନଷ୍ଟ କଲେ ଧାନ ଓ ପନିପରିବା ଚାଷ

ପାଟଣା: କିଛିଦିନ ବ୍ୟବଧାନ ପରେ ପୁଣି ପାଟଣା ବନାଞ୍ଚଳକୁ ୧୮ ଟିକିଆ ହାତୀପଲ ପ୍ରବେଶ କରିଛନ୍ତି। କିଛିଦିନ ପୂର୍ବେ ୨୨ ଟିକିଆ ହାତୀପଲ ଏକ ମାସ ଧରି ଉତ୍ପାତ ମଚାଇ ଥିଲେ। ଏଥିରେ ଗୋଟିଏ ଦନ୍ତା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ଏବେ ସୋମବାର ବିଳମ୍ବିତ ରାତିରେ ହାତୀପଲ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳରୁ ଆସି ପାଟଣା ବନାଞ୍ଚଳକୁ ପ୍ରବେଶ କରିଛନ୍ତି। ହାତୀପଲ ଆସିବା ବାଟରେ ସାହାରପଡା ସେକ୍ସନ ଅଞ୍ଚଳ ରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ହାତୀପଲ ବନବୀର, ଡ଼ାଳପକା, କୁଣ୍ଡଳା, ମିରିଗିଖୋଜି ଖଡିବେଡା, କଟାବେଡା, ଅସନବଣି, ଭାଲିଆଡ଼ାଳ ଅଞ୍ଚଳରେ ହୋଇଥିବା ପାଚିଲା ଧାନକୁ ଖାଇ ନଷ୍ଟ କରିବା ସହ ବୋଇତାଳୁ ଚାଷକୁ ମଧ୍ୟ ନଷ୍ଟ କରିଛନ୍ତି। ଏବେ ହାତୀପଲ ଭାଲିଆଡାଳ ଗାଁ ନିକଟ ଜଙ୍ଗଲରେ ଡେରା ପକାଇଥିବା ବେଳେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଖୁବ ଶୀଘ୍ର ହାତୀପଲଙ୍କୁ ଏ ଅଞ୍ଚଳରୁ ଘଉଡାଇବା ସହ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories