www.samajalive.in
Monday, December 15, 2025
17.1 C
Bhubaneswar

ବର୍ଷାରେ ଭାଙ୍ଗିଲା ପୁରାତନ ପୋଲ, ଯାତାୟତ ଠପ୍

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବିଳାବାଡି ପଞ୍ଚାୟତର ଏକ ବହୁ ପୁରାତନ ପୋଲ ଭାଙ୍ଗି ଯାତାୟତ ଠପ୍ ହୋଇଯାଇଛି। ସୂଚନା ପ୍ରକାରେ ଖଜୁରୀପଡ଼ା ବ୍ଲକ୍ ଦୁର୍ଗମ ଅଞ୍ଚଳ ଭାବେ ପରିଗଣିତ ବିଳାବାଡି ପଞ୍ଚାୟତ। ଜାତୀୟ ରାଜପଥ ୧୫୭ ନଂ ଠାରୁ ମାତ୍ର ୧୪ କିଲୋମିଟର ଦୂରତା ହୋଇ ଥିଲେ ମଧ୍ୟ ଆଜି ବି ତିଆରି ହୋଇ ପାରୁନାହିଁ ଏହି ପଞ୍ଚାୟତ ଇଲାକାରେ ରାସ୍ତା ଘାଟ ଓ ଅନ୍ୟାନ୍ୟ କାର୍ୟ୍ୟ। ଯାହା ପାଇଁ ଆଜି ଏହି ପଞ୍ଚାୟତ ବାସୀ ଶିକ୍ଷା, ସ୍ୱାସ୍ଥ୍ୟ ଓ ସରକାର ଙ୍କର ବିଭିନ୍ନ ମୈ।ଳିକ ସୁବିଧା ରୁ ଆଜି ଯାଏଁ ହେଉଛନ୍ତି ବଞ୍ଚିତ। ଏହି ପାଜିବଣା ନାମକ ସ୍ଥାନରେ ଥିବା ବହୁ ପୁରାତନ ପୋଲ ବର୍ଷା ଯୋଗୁଁ ଭାଙ୍ଗି ଯିବା ଫଳରେ ୨୦ ଗୋଟି ଗ୍ରାମର ଡଙ୍ଗା, ଶିକାଡି, ଲୁଦୁଲୁଦି, କାଣିପେନୁ, ଖଲିମାଟି, କୁଟିବାରି, କରଡାବଣି, ବାନ୍ଧନପାଜୁ, ଗିନାନିନ୍ଦା, ନିକିନିନ୍ଦା, ବାନରାଦେଇ, ପାତ୍ରସୁଗା ,ବିଳାବାଡି, ବଡ଼ଝରି ପରି ବିଭିନ୍ନ ଗାଁ ଗୁଡିକୁ ଯିବା ଆସିବା ଠପ୍ ହୋଇଯାଇଛି। ପୋଲ ନିର୍ମାଣ ପାଇଁ ୨୦୨୦ ମସିହା ଠାରୁ ଦାବି କରି ଆସୁଥିଲେ ମଧ୍ୟ ନିର୍ମାଣ ହୋଇ ପାରିନ ନ ଥିଲା ଯାହା ଫଳରେ ଆଜି ସେହି ପୋଲ ବର୍ତ୍ତମାନ ଭାଙ୍ଗି ଯାଇ ବହୁ ଅସୁବିଧା ସୃଷ୍ଟି ହେଉଛି। ତେଣୁ ଏହି ପୋଲ ପାଇଁ ପୂର୍ବରୁ ବ୍ଲକ୍ କତୃପକ୍ଷ କୁ ବହୁବାର ଜଣାଇଥିଲେ ମଧ୍ୟ ନିର୍ମାଣ ନ ହୋଇ ଥିବାରୁ ଆଜି ଯଥାଶୀଘ୍ର ପୋଲ ନିର୍ମାଣ ପାଇଁ ବିଳାବାଡି ସରପଞ୍ଚ ରବିନ୍ଦ୍ର ଭୁକ୍ତା ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories