www.samajalive.in
Monday, December 15, 2025
16.1 C
Bhubaneswar

ଫୁଲବାଣୀରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ପାଳିତ

ଫୁଲବାଣୀ: ଫୁଲବାଣୀରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଫୁଲବଣୀର ବରିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ଏବଂ ଟିମ୍ ହ୍ୟୁମାନିଟିର ଆବାହକ ଭି ଲୋକନାଥ ରାଜୁଙ୍କୁ ନିରବଚ୍ଛିନ୍ନ ସେବା ଓ ତାଙ୍କର ବିରଳ ବର୍ଗର ରକ୍ତଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଫୁଲବାଣୀ ରକ୍ତଭଣ୍ଡାର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ପରେ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପ୍ରଭାତ କୁମାର ସାହୁ ମୁଖ୍ୟ ଅତିଥି, ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାଷ ପ୍ରଧାନ,କଲେଜର ରେଡକ୍ରସ୍ ଦାୟିତ୍ଵ ରେ ଥିବା ଅଧ୍ୟାପକ ସୁକାନ୍ତ କୁମାର ବେହେରା, ଫୁଲବାଣୀ ଶିଳ୍ପ ତାଲିମ କେନ୍ଦ୍ର ର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇ ଜିଲ୍ଲା ରେ ରୋଗୀ ମାନଙ୍କ ରକ୍ତର ଆବଶ୍ୟକତା ପୁରଣ କରିବା ପାଇଁ ଗ୍ରାମାଞ୍ଚଳ ସ୍ତରରେ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଶେଷରେ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଜୟଦୀପ ଘୋଷ ଏହି ଅବସରରେ ସମସ୍ତ ସଂଗଠନ ଓ ବ୍ୟକ୍ତି ବିଶେଷ ଯେଉଁ ମାନେ ବର୍ଷ ସାରା ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କ ସହାୟତା କରୁଛନ୍ତି ସେମାନଙ୍କ ସମେତ ଆଜିର କାର୍ୟ୍ୟକ୍ରମରେ ଯୋଗ ଦେଇ ସହାୟତା କରିଥିବା ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ର ବିଜୁ ଜନତା ଦଳର ସଭାପତି ସୁନୀଲ କୁମାର ସେଠୀ, ଫୁଲବାଣୀ ରକ୍ତଦାନ ସମିତିର ମନୋଜ କୁମାର ଚୌଧୁରୀ, ଉମେଶ ପ୍ରସାଦ ପାତ୍ର, ଫୁଲବାଣୀ ଟିମ୍ ହ୍ୟୁମାନିଟି ସଦସ୍ୟ, ଏଲଆଇସି ଅଫିସର କର୍ମଚାରୀ, ପଲିଟେକନିକ୍ କଲେଜର ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ଥିଲେ। କାର୍ୟ୍ୟକ୍ରମରେ ରକ୍ତଭଣ୍ଡାର କର୍ମଚାରୀ ଦୀନକୃଷ୍ଣ ମହନ୍ତ, ପ୍ରଶାନ୍ତ କୁମାର ରତ୍ନାଲୁ, ସୁଜିତ୍ କୁମାର ସାହୁ ଏବଂ ବରୁଣ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Hot this week

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

Related Articles

Popular Categories