QNETIC – Mobile

ବୌଦ୍ଧରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ବୌଦ୍ଧ: ବିଶ୍ୱ ଆର୍ନ୍ତଜାତୀକ ବରିଷ୍ଠ ନାଗରିକ ଦିବସ ଅବସରରେ ବୌଦ୍ଧ ଟାଉନହଲ ଠାରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏହି ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶିବ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଏବଂ ଅନ୍ୟତମ ଅତିଥି ଭାବରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ୍ୟ ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ରବୀନ୍ଦ୍ରନାଥ କହଁର ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟଅତିଥି ଜିଲାପାଳ ଶ୍ରୀ ସ୍ୱାଇଁ ଯୁବଗୋଷ୍ଠି କିଭଳି ନିଜର ପରିବାରର ବରିଷ୍ଠଙ୍କୁ ସମ୍ମାନ ଦେବ ଓ ତାଙ୍କର ବୃଦ୍ଧ ସମୟରେ ସାହାଯ୍ୟ କରିବେ ସେ ନେଇ ମତବ୍ୟକ୍ତ କରିବା ସହ ବରିଷ୍ଠ ନାଗରିକଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥିମାନେ ଆଜିର ଦିନରେ ବରିଷ୍ଠ ନାଗରିକ ମାନେ କୌଣସି କ୍ଷେତ୍ରରେ କମ ନୁହନ୍ତି ବେଲି ମତ ବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ବିଜ୍ଞାପି୍‌‌ତ ଅଞ୍ଚଳ ପରିଷଦ ଅଧକ୍ଷ୍ୟ ଶ୍ରୀ ମିଶ୍ର ବୌଦ୍ଧ ସହରରେ ବରିଷ୍ଠ ନାଗରିକ ମାନଙ୍କ ଅବସର ବିନୋଦନ ପାଇଁ ଏକ କ୍ଲବ ଘର ଯୋଗାଇ ଦିଆଯାଇଥିବାବେଳେ ଅଗାମୀ ଦିନରେ ଅସହାୟ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ବୃଦ୍ଧାଶ୍ରମ ନିର୍ମାଣ ଦରକାର ବୋଲି କହିବା ସହ ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଉଦ୍ୟମ କରାଯିବାକୁ ଅନୁରୋଧ କରିଥିଲେ। ସମାଜ ପ୍ରତି ଯେଉଁ ବରିଷ୍ଠ ନାଗରିକ ମାନେ ନୁତନ ଚିନ୍ତା ଓ ଦିଗଦର୍ଶନ ଆଣିଛନ୍ତି ସେମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Comments are closed.