ବୌଦ୍ଧ: ରାଜ୍ୟରେ ସାଇବର ଅପରାଧ ଦୃତ ଗତିରେ ବୃଦ୍ଧି ପାଉଥିବାବେଳେ ସରକାର ଏନେଇ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ସାଇବର ଅପରାଧ ନେଇ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ପୋଲିସ ପକ୍ଷରୁ ରାଜ୍ୟ ଭ୍ରମଣରେ ବାହାରିଥବା ସାଇବର ସୁରକ୍ଷା ଅଭିଯାନ ରଥକୁ ବୌଦ୍ଧ ଜିଲାରେ ସ୍ୱାଗତ କରାଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ,ଏସପି ରାଜ ପ୍ରସାଦ,ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର,ଉପଜିଲାପାଳ ରବୀନ୍ଦ୍ର ନାଥ କହଁର,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖଙ୍କ ସମେତ ଜିଲା ପୋଲିସର ସମସ୍ତ ପଦାଧିକାରୀ ଓ କର୍ମଚାରୀ ଏହି ରଥକୁ ସ୍ୱାଗତ କରିଥିଲେ। ଆଜି ଏହି ରଥ ବୌଦ୍ଧ ଜିଲାରେ ଭ୍ରମଣ କରିବା ସହିତ ସାଇବର ଅପରାଧ ନେଇ ସଚେତନତା ବାର୍ତା ପ୍ରଦାନ କରିବ ବୋଲି ଜଣାଯାଇଛି।
Popular Categories



