ବୌଦ୍ଧ: ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ୭ ନମ୍ବର ଜୋନରେ କରଡି ଗ୍ରାମରେ ବିଜେପି ପକ୍ଷରୁ ବୁଥ ସଶକ୍ତିକରଣର ସତ୍ୟାପନ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଜୋନର ସମସ୍ତ ଶକ୍ତିକେନ୍ଦ୍ରର ପ୍ରମୁଖ ଓ ପ୍ରଭାରୀ, ବୁଥ ସଭାପତି ଆଦି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଏଥି ସହିତ ବିଭିନ୍ନ ମୋର୍ଚ୍ଚା ସଭାପତିମାନଙ୍କୁ ଚୟନ କରାଯାଇଥିଲା। ଶେଷରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମରେ ବସ୍ତିର ଅଳିଆ ସଫା କରିବା ସହିତ ଲୋକଙ୍କୁ ସ୍ୱଛତା ପ୍ରତି ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଶମ୍ଭୁ ପ୍ରଧାନଙ୍କ ସହିତ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ସୂର୍ଯ୍ୟନାରାୟଣ ମହାପାତ୍ର, ଶେଷ ଛନ୍ଦ, ପୂର୍ଣ୍ଣ ଗାଈଗୌରିଆ, ବିଶିକେସନ ପ୍ରଧାନ, ହୃଦା ନାୟକ, ନିର ପୃଷ୍ଟି, ଉସତ ପ୍ରଧାନ, ଧନେଶ୍ୱର ବାରିକ ପ୍ରମୁଖ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
Popular Categories



