ଆଠଗଡ଼: ଆଠଗଡ଼ର ସର୍ବପୁରାତନ ରାଧାଗୋବିନ୍ଦ ଜୀଉ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଶ୍ରୀ ରାମକୃଷ୍ଣ ବିବେକାନନ୍ଦ ଆଧ୍ୟାତ୍ମିକ ଚିନ୍ତନ ସଂଘ ପକ୍ଷରୁ ଏକ ଆଧ୍ୟାତ୍ମିକ ଶିବିର ଅନୁଷ୍ଠିତ ହୋଇଯାଇଛି। ଆବାହକ ବିଜୟ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ କୋଲକାତାର ଦକ୍ଷିଣେଶ୍ୱରସ୍ଥିତ ସାରଦା ମଠର ସନ୍ୟାସିନୀ ପ୍ରବାଚିକା ଭୀତଭୟାପ୍ରାଣା ମୁଖ୍ୟବକ୍ତା ଭାବେ ଯାଗଦେଇ ଶ୍ରୀ ରାମକୃଷ୍ଣ ଓ ଶାରଦା ମାଆଙ୍କ ଜୀବନୀ, ପ୍ରଦର୍ଶିତ ମାର୍ଗ ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରି ସେବା ଓ ତ୍ୟାଗ ହିଁ ଆଧ୍ୟାତ୍ମର ମୂଳମନ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ରାମକୃଷ୍ଣ ମିଶନର ପ୍ରଚାରକ ରାମଚନ୍ଦ୍ର ଜେନା, ସ୍ୱାମୀ ବିବେକାନନ୍ଦ ସଂସ୍ଥାନର ସଭାପତି କ୍ଷୀରୋଦ ଚନ୍ଦ୍ର ମିଶ୍ର, ବିବେକାନନ୍ଦ ଇଂରାଜୀ ମାଧ୍ୟମ ସ୍କୁଲର ସଭାପତି ଅଶୋକ କୁମାର ମହାନ୍ତି, ସିସିବିର ସଭାପତି ରଶ୍ମିତା ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରଜ୍ଞାପାରମିତା ଭଞ୍ଜ, ହିମାଂଶୁ ପରିଡ଼ାଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ନଚିକେତା ପରମାଣିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ପ୍ରକାଶ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



