ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଦିନାର ସିଂ ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟର ପର୍ଯ୍ୟଟନ ଓ ଆଥିତ୍ୟ ଧନ୍ଦାମୂଳକ ଶିକ୍ଷା ଛାତ୍ର ଛାତ୍ରୀ ଶୁକ୍ରବାର ଦିନ ବ୍ୟବହାରିକ ଶିକ୍ଷା ଲାଗି ଦକ୍ଷତା ବିକାଶ କେନ୍ଦ୍ର ସହ ହୋଟେଲ ପରିଦର୍ଶନ କରି ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବାର ସୁଯୋଗ ପାଇଛନ୍ତି। ଦିନାର ସିଂ ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟର ପର୍ଯ୍ୟଟନ ଓ ଆଥିତ୍ୟ ଧନ୍ଦାମୂଳକ ଶିକ୍ଷକ କୃପା ମୁଖିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୫୦ଜଣରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଫୁଲବାଣୀ ସହର ଥିବା କେପି ସାଲୁଙ୍କି ହୋଟେଲ ଏବଂ ବିଜୁ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନରେ ଯାଇ ପ୍ରତ୍ୟକ୍ଷ ଶିକ୍ଷାଦାନ ଗ୍ରହଣ କରି ଫେରିଛନ୍ତି। ସରକାରଙ୍କ ନୂତନ ଶିକ୍ଷାନୀତି ସୌଜନ୍ୟରୁ ଏହିଭଳି ହୋଟେଲ ଏବଂ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବାର ସୌଭାଗ୍ୟ ପାଇଥିବା ପରିଦର୍ଶନରେ ଯାଇଥିବା ଛାତ୍ରଛାତ୍ରୀ ପ୍ରତିକ୍ରିୟା ରଖିଛନ୍ତି।
Popular Categories



