ଗୋପାଳପୁର: ପାଲୁରହିଲ ଠାରେ ଥିବା ଦକ୍ଷିଣ ଓଡ଼ିଶାର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ନିଷ୍ଟ କଲେଜ ପରିସରରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିବା ଲାଗି ଏକ ଅନୁଷ୍ଠିତ ଦୁଇ ଦିନିଆ ଓରିଏଣ୍ଟେସନ୍ କାର୍ୟ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଆଜିର ଅନ୍ତିମ ଦିନରେ ବଇସଇଏ, ବିଏସସି ଏବଂ ଏସ ସି ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା ଓ ଆୟୋଜିତ କାର୍ୟ୍ୟକ୍ରମରେ ନିଷ୍ଟର ପ୍ରତିଷ୍ଠାତା ତଥା ଚେୟାରମେନ ଡ.ସୁକାନ୍ତ କିଶୋର ମହାପାତ୍ର ଭିଡିଓ କନଫେରେନସିଂ ମାଧ୍ୟମରେ ଯୋଗଦାନ କରିଥିଲେ। କାର୍ୟ୍ୟକ୍ରମରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼.ବିଷ୍ଣୁଙ୍କର ନାୟକ ଓ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ଯୋଗ ଦେଇଥିଲେ। ସଭାକାର୍ୟ୍ୟକୁ ଡ.ଆକାଂକ୍ଷା ପଟ୍ଟନାୟକ ପରିଚାଳନା କରିଥିବା ବେଳେ, ପରୀକ୍ଷା କେନ୍ଦ୍ର ମୁଖ୍ୟ ପରିଚାଳକ ପ୍ରଫେସର ସୁମନ୍ତ ପଟ୍ଟନାୟକ ପରୀକ୍ଷା ସମନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ। ସେହିପରି ହଷ୍ଟେଲ ସୁପରଟେଣ୍ଡେଣ୍ଟ ଡ.ସସ୍ମିତା ପାଢ଼ୀ ହଷ୍ଟେଲ ସମ୍ବନ୍ଧୀୟ ବିଭିନ୍ନ ବିବରଣୀ ଉଲ୍ଲେଖ କରି ସମସ୍ତ ସୁବିଧା ଓ ବ୍ୟବସ୍ଥା ସମ୍ପର୍କରେ କହିଥିବା ବେଳେ, ନିଯୁକ୍ତି ଓ ଦକ୍ଷତା ମୁଖ୍ୟ ଜଗନ ମହାପାତ୍ର ନିଯୁକ୍ତି ଦକ୍ଷତା ପ୍ରଦାନ ଉପରେ କହିଥିଲେ।
Popular Categories



