www.samajalive.in
Sunday, December 14, 2025
26.1 C
Bhubaneswar

ଗୋପାଳପୁର ଠାରେ ପୁନିତ ସାଗର ଅଭିଯାନ ଆୟୋଜିତ

ଗୋପାଳପୁର: ଏନ୍.ସି.ସି. ଗ୍ରୁପ୍ ହେଡ୍ କ୍ବାଟର ବ୍ରହ୍ମପୁର ପକ୍ଷରୁ ଗୋପାଳପୁର ବେଳାଭୂମି ଠାରେ ’ପୁନିତ ସାଗର ଅଭିଯାନ’ ପାଳିତ ହୋଇ ଯାଇଛି। ନୂଆଦିଲ୍ଲୀରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଏହି ଅବସରରେ ସାରା ଦେଶରେ ମଧ୍ୟ ବିଭିନ୍ନ ଜନ ହିତକର କାର୍ୟ୍ୟକ୍ରମ ଜାରି ରହିଛି। ଏଥର ଜି-୨୦ ସମ୍ମିଳନୀର ଥିମ୍ ରହିଛି ’ବସୁଧୈବ କୁଟୁମ୍ବକମ୍’ ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ବ ଗୋଟିଏ ପରିବାର। ତେବେ ଜଣେ ତୃଣମୂଳ ସ୍ତରରୁ ଯଦି ନିଜର ତଥା ଆଖପାଖ ଅଞ୍ଚଳର ଏବଂ ଅନ୍ୟର ବିକାଶରେ ଭାଗିଦାରୀ ହୋଇପାରିବ ତେବେ ଯାଇ ବିଶ୍ୱର ମଧ୍ୟ କଲ୍ୟାଣ ହୋଇପାରିବ। ଏହି ପରିପ୍ରେକ୍ଷୀରେ ସମୁଦ୍ର ବେଳାଭୂମି ତଥା ସମୁଦ୍ର ତଟକୁ ପରିଷ୍କାର ଓ ପରିଛନତା ଉପରେ ଗୁରୁତ୍ବ ଦିଆଯାଇ ଏହି ’ପୁନିତ ସାଗର ଅଭିଯାନ’ ପାଳନ କରାଯାଇଛି। ଏନ୍.ସି.ସି. ଗ୍ରୁପ୍ ହେଡ୍ କ୍ବାଟର ବ୍ରହ୍ମପୁର ଅଧିନରେ ଥିବା ୧ (ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି., ୧ (ଓଡି଼ଶା) ସିଟିସି ଏନ୍.ସି.ସି, ୨(ଓଡି଼ଶା) ବାଟାଲିୟନ୍ ଏନ୍.ସି.ସି ଓ ୩ (ଓଡି଼ଶା) ମେଡିକାଲ ଏନ୍.ସି.ସି ଅଫିସ ଅଧୀନରେ ଥିବା ବିଭିନ୍ନ ସ୍କୁଲ ଓ କଲେଜର ଏନ୍.ସି.ସି. କ୍ୟାଡେଟ୍ ମାନେ ଏଥିରେ ଭାଗ ନେଇଥିଲେ। ୨୦୦ରୁ ଅଧିକ ଆର୍ମି ଓ ନାଭାଲ ଏନ୍.ସି.ସି. କ୍ୟାଡେଟ୍ ଏହି ଅଭିଯାନରେ ଭାଗନେଇ ଗୋପାଳପୁର ବେଳାଭୂମି ପରିଷ୍କାର କରିବା ସହ ଅଳିଆ ଓ ଆବର୍ଜନା ସଫା କରିଥିଲେ। ଏଥିସହ ସ୍ଥାନୀୟ ବାସିନ୍ଦା, ଦୋକାନି ଓ ପର୍ୟ୍ୟଟକମାନଙ୍କୁ ବେଳାଭୂମିର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପରିଷ୍କାର ରଖିବା ସହ ଏହାର ସଚେତନତା ଉପରେ ଗୁରୁତ୍ବ ଦେଇଥିଲେ।

୧(ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି. ବ୍ରହ୍ମପୁର ତତ୍ତ୍ବାବଧନରେ ଆୟୋଜିତ ଏହି ’ପୁନିତ ସାଗର ଅଭିଯାନ’ କାର୍ୟ୍ୟକ୍ରମରେ କମାଣ୍ଡିଂ ଅଫିସର କମାଣ୍ଡର ଡି.ଜେ. ସିଂ ଅଧ୍ୟକ୍ଷତା କରି ଏନ୍.ସି.ସି କ୍ୟାଡେଟ୍ ମାନଙ୍କୁ ଉଦବୋଧନ ଦେବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅଭିଯାନରେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ବ୍ରହ୍ମପୁର, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁର, ଗଞ୍ଜାମ ମହାବିଦ୍ୟାଳୟ, ବ୍ରହ୍ମପୁର ସିଟି କଲେଜ, ଏସ୍.ଏମ୍.ଆଇ.ଟି କଲେଜ, ପାରଳା ମହାରାଜା ଇଂଜିନିୟରିଂ କଲେଜ, ପି ଏମ୍ ହାଇସ୍କୁଲ ଗୋପାଳପୁର, ଡୁରା ହାଇସ୍କୁଲ ଓ ଏମ୍.ଏ.ଭି ହାଇସ୍କୁଲ ବ୍ରହ୍ମପୁରର ଏନ୍.ସି.ସି. କ୍ୟାଡେଟ୍ ମାନଙ୍କ ଦ୍ଵାରା ୨୦ କେଜିରୁ ଅଧିକ ଅଳିଆ ଆବର୍ଜନା ସଂଗ୍ରହ କରାଯାଇଥିଲା। ଏହାସହ ସଚେତନତା ରାଲି ଓ ପଥପ୍ରାନ୍ତ ନାଟକ, ସଚେତନତା ସଭା ଓ ସାସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୧(ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି ଦ୍ବାରା ଆୟୋଯିତ ଏହି ’ପୁନିତ ସାଗର ଅଭିଯାନ’ ସଫଳ କରିବା ପାଇଁ ସମସ୍ତ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀ, ବିଭିନ୍ନ ସ୍କୁଲ ଏବଂ କଲେଜର ଏ.ଏନ୍.ଓ. ଓ ସିଟିଓ, ଏନ୍.ସି.ସି.ର ପି.ଆଇ ଷ୍ଟାଫ ଏବଂ ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ବାସିନ୍ଦା, ପର୍ୟ୍ୟଟକ ଓ ଉଠା ଦୋକାନୀମାନେ ମଧ୍ୟ ଏଥିରେ ସହଯୋଗ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories