ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ସିଂହପାଲି ଗ୍ରାମରେ ଆସନ୍ତା ଭାଦ୍ରବ ପୂର୍ଣ୍ଣିମା ଦିନ ହେବାକୁ ଥିବା ଅନନ୍ତ ବ୍ରତ ପାଇଁ ଜଳନ୍ଧର ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାଦ୍ରବ ପୂର୍ଣ୍ଣିମାରେ ଦୀର୍ଘ ବର୍ଷ ଧରି ପାଳିତ ହୋଇ ଆସୁଥିବା ଅନନ୍ତ ବ୍ରତରେ ଜଳନ୍ଧର ରାଜ ଉତ୍ସବ ପାଇଁ ଜଳନ୍ଧର ଭୂମିକାରେ ଜିଲ୍ଲା ସ୍ଥିତ ଚିଚିଣ୍ଡାର ବିଶିଷ୍ଟ କଳାକାର ସୁଶିଲ ମେହେର ଅଭିନୟ କରିବା ପାଇଁ ଅନନ୍ତ ବ୍ରତ ପୂଜା କମିଟିର ସଭାପତି କ୍ଷମlସାଗର ମେହେରଙ୍କ ଅଧ୍ୟକ୍ଷତା କ୍ରମେ ଏକ ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନେବାପରେ କମିଟିର ସଦସ୍ୟ ମାନେ ତାଙ୍କ ବାସ ଭବନକୁ ଯାଇ ରୀତିନୀତି ଅନୁସାରେ ଗୁଆ ନଡ଼ିଆ ଓ ଉପଢୌକନ ଦେଇ ଜଳନ୍ଧର ରାଜ ମହାରାଜ ରୂପେ ବରଣ କରିଥିଲେ। ଆସନ୍ତା ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସିଂହାପାଲିରେ ଜଳନ୍ଧର ରାଜ ଚାଲିବ। ଏହି ଅବସରରେ ବିଭିନ୍ନ ଲୋକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନା ବଜାର, ଅପେରା ଆଦି କାର୍ଯ୍ୟକ୍ରମ ହେବା ବୋଲି ଜଣାପଡିଛି। ଏହି ରାଜା ବରଣ କାର୍ଯ୍ୟକ୍ରମରେ କମିଟି ର ଦୁଃଖୀଶ୍ୟାମ ମେହେର, ଭରତ ମେହେର, ଉଦ୍ଧବ ମେହେର, ଜୟପ୍ରକାଶ ମେହେର, ଶଙ୍କର ମେହେର ତଥା ଗ୍ରାମର ବରିଷ୍ଠ ବ୍ୟକ୍ତି ସାମିଲ ଥିଲେ।
Popular Categories



