www.samajalive.in
Monday, December 15, 2025
14.1 C
Bhubaneswar

ବଡ଼ବିଲ ଓ ତେଣ୍ଡେରାରେ ବିଜେଡିର ପଞ୍ଚାୟତ ସ୍ତରୀୟ ବୈଠକ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ନିକଟ ପଡ଼ିଆରେ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ବଡ଼ବିଲ ପଞ୍ଚାୟତ ସଭାପତି ଲକ୍ଷ୍ମୀଧର ମହାନ୍ତ ଏବଂ ତେଣ୍ଡେରା ପଞ୍ଚାୟତ ସଭାପତି ରାଜ ବଲ୍ଲଭ ମହାନ୍ତଙ୍କ ସଭାପତିତ୍ୱରେ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗଦେଇ ଦଳର ସଙ୍ଗଠନକୁ ଅଧିକ ସୁଦୃଢ କରିବା ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତା ପ୍ରତି ପରିବାର ନିକଟରେ ପହଞ୍ଚାଇବାକୁ କର୍ମୀ ମାନଙ୍କୁ ଗୁରୁତ୍ୱ ଦେବାକୁ ନିର୍ଦେଶ ଦେବା ସହ ଆଗାମୀ ସାଧାରଣ ନିର୍ବାଚନ ନିଜ ନିଜ ପଞ୍ଚାୟତ ରେ ୱାର୍ଡରେ ବିଜୁ ଜନତା ଦଳକୁ ବିପୁଳ ଭୋଟ ପ୍ରଦାନ କରିବାକୁ ଆହ୍ବାନ କରିଛନ୍ତି। ପଞ୍ଚାୟତ ସ୍ତରୀୟ ବୈଠକରେ ବ୍ଲକ ଅଧ୍ୟକ୍ଷା ରିନା ନାୟକ, ବ୍ଲକ ବିଜେଡି ସଭାପତି ଦିଲ୍ଲୀପ ସାହୁ, ସରପଞ୍ଚ ସୁଭଦ୍ରା ନାଏକ, ସଭାନେତ୍ରୀ କିରଣବାଳା ସିଂହ, ଜିଲ୍ଲା କୃଷକ ସଭାପତି ଦୀପକ ରାଜ, ଜିଲ୍ଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ, ଜିଲ୍ଲା ବିଜେଡି ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ଛାତ୍ର ସଭାପତି ଭବାନୀ ମହାନ୍ତ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଲଭେସ କୁମାର ମହାନ୍ତ, ବିମଲ ଭୂଷଣ ମହାନ୍ତ, ମାନସ ରଞ୍ଜନ ମହାନ୍ତ, ସରୋଜ କୁମାର ମହାନ୍ତ, ଦିବାକର ମହାନ୍ତ, ପ୍ରମୋଦ ନାଏକ, ହୃଷି ନାଏକ, ଜଗଦୀଶ ମୁଣ୍ଡା, ଦୈତାରୀ ମହାନ୍ତ, ରଶ୍ମିରଞ୍ଜନ ମହାନ୍ତ, ରାଜେଶ ମହାନ୍ତଙ୍କ ସହ ପଞ୍ଚାୟତ ଅଞ୍ଚଳରୁ ବିଜେଡ଼ି କର୍ମୀ ମାନେ ସାମିଲ ହୋଇ ଏହି ପଞ୍ଚାୟତରୁ ବିପୁଳ ଭୋଟ ସଂଗ୍ରହ କରି ବିଜୟ କରାଇବେ ବୋଲି ବିଧାୟକଙ୍କୁ ପ୍ରତିଶୃତି ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories