www.samajalive.in
Sunday, December 14, 2025
26.1 C
Bhubaneswar

୭ ଫୁଟ ଲମ୍ବର ଅଜଗର ଉଦ୍ଧାର, ସାହାଜଖୋଲରେ ଛାଡିଲା ବନବିଭାଗ

ଲଡୁଗାଁ: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ ରେଞ୍ଜ ଅନ୍ତର୍ଗତ କାଉଡୋଳା ପଞ୍ଚାୟତ ଚାବୁରୁପଡା ନିକଟରୁ ବନବିଭାଗ ଏକ ୭ ଫୁଟ ଲମ୍ବର ଅଜଗର ସାପକୁ ବୁଧବାର ଅପରାହ୍ନରେ ଉଦ୍ଧାର କରିଛି। ସାପଟି ଗ୍ରାମର ମଶାଣି ନିକଟେ ଗାଁ ମୁହାଁ ହେଉଥିବା ବେଳେ ଜଣେ ଯୁବକ ଦେଖି ଭୟଭୀତ ହୋଇ ପଡି ଗ୍ରାମବାସୀଙ୍କୁ ଜଣାଇଥିଲେ। ଏନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ସାନ ପୋଡାଗୁଡା ବନରକ୍ଷୀ ସୁଧାଂଶୁ ସାହୁଙ୍କ ସହ ଅନ୍ୟ କର୍ମଚାରୀ ପହଞ୍ଚି ସାପଟିକୁ ଗ୍ରାମର କିଛି ଯୁବକଙ୍କ ସହାୟତାରେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ଅଜଗର ସାପକୁ ନେଇ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories