www.samajalive.in
Monday, December 15, 2025
14.1 C
Bhubaneswar

ପରିବେଶ ସୁରକ୍ଷା ପାଇଁ ନିଆରା ରକ୍ଷାବନ୍ଧନ

ସମ୍ବଲପୁର: ହିନ୍ଦୁ ସଂପ୍ରଦାୟରେ ଅନ୍ୟତମ ପ୍ରମୁଖ ପବିତ୍ର ପର୍ବ ହେଉଛି ରକ୍ଷାବନ୍ଧନ। ଏହି ରକ୍ଷାବନ୍ଧନ କଥା ଶୁଣିଲେ ସମସ୍ତେ ଏହା ଭାଇ ଭଉଣୀର ପବିତ୍ର ସଂପକର ମହାପର୍ବ ବୋଳି ବୁଝିଥାନ୍ତି। ତେବେ ଆମେ ଆପଣଙ୍କୁ ସମ୍ବଲପୁରର ନିଆରା ରକ୍ଷାବନ୍ଧନ ନେଇ କହୁଛୁ ଯେଉଠି ବୄକ୍ଷକୁ ରାକ୍ଷି ବାନ୍ଧି ତାକୁ ସୁରକ୍ଷା ଦେବାନେଇ ସଂଙ୍କଳ୍ପ ନେଇ ଆୟୋଜନ ହୋଈଥାଏ ନିଆରା ରକ୍ଷାବନ୍ଧନ । ସମ୍ବଲପୁର ବୁଡାରଜା ପାହାଡ ଠାରେ ହେଉଥିବା ଏହି ନିଆରା ରକ୍ଷାବନ୍ଧନରେ ଘଣ୍ଟ ଶଙ୍ଖ, ହୁଲହୁଲି ମଧ୍ୟରେ ସମ୍ବଲପୁର ସହରରେ ବିଭିନ୍ନ ଅଞ୍ଚଳରୁ ବହୁ ପରିବେଶ ପ୍ରେମି ଓ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ବୁଢ଼ାରଜା ବନ ସଂରକ୍ଷଣ ସମିତିର ସବୁ ସଭ୍ୟ ଏକାସାଥିରେ ଏହି ନିଆରା ରକ୍ଷାବନ୍ଧନ କାଯ୍ୟକ୍ରମରେ ସାମିଲ ହୋଇଥାନ୍ତି। ପ୍ରତିବର୍ଷ ପରିବେଶ ସୁରକ୍ଷା ସହ ବୄକ୍ଷଙ୍କୁ ସୁରକ୍ଷା ବାତ୍ତାର ମହତ ସନ୍ଦେଶ ଦେବା ପାଇଁ ରକ୍ଷାବନ୍ଧନର ଠିକ ପୁର୍ବଦିନ ପାଲନ ହୋଇ ଆସୁଛି ନିଆରା ରକ୍ଷାବନ୍ଧନ କାଯ୍ୟକ୍ରମ। ସମ୍ବଲପୁର ର ବୁଡାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ଆଜକୁ ୨୩ ବର୍ଷ ହେବ ବୄକ୍ଷ ସହ ରକ୍ଷାବନ୍ଧନ କାଯ୍ୟକ୍ରମ କରାଯାଇ ପରିବେଶ ସୁରକ୍ଷା ସହ ବୁଢାରଜା ପାହାଡରେ ବୄକ୍ଷକୁ ସୁରକ୍ଷା ଦେବା ପାଇଁ ସଂଙ୍କଳ୍ପ ନେଇଥାନ୍ତି ବୁଢାରଜା ବନ ସଂରକ୍ଷଣ ସମିତର ସଵୁ ସଭ୍ୟ। ଯେପରି ଭଉଣୀ ଟିଏ ନିଜ ଭାଇର ଦିର୍ଘାୟୁ କାମନା କରି ଯେପରି ନିଷ୍ଠା ସହକାରେ ତାର ହାତରେ ରାକ୍ଷୀ ଟିଏ ବାନ୍ଧି ଥାଏ ସେପରି ଭାବରେ ବନ ସଂରକ୍ଷଣ ସମିତିର ସଭ୍ୟ ମାନେ ବୄକ୍ଷକୁ ପୁଜା କରି ତାକୁ ରାକ୍ଷୀ ବାନ୍ଧି ତାକୁ ସୁରକ୍ଷା ଦେବା ପାଇଁ ସପଥ ନେଇଥାନ୍ତି । ସମ୍ବଲପୁର ବୁଡାରଜା ପାହାଡ ଠାରେ ଏହି ନିଆରା ରକ୍ଷାବନ୍ଧନ ଅଭିଯାନ ପାଇଁ ଆଜି ଯାଏ ସାରା ପାହାଡ ଟି ସବୁଜିମାରେ ପରିଣତ ହୋଇପାରିଛି । ଏହି ପରିବେଶ ସୁରକ୍ଷା ସଚେତନତା ସୄଷ୍ଠି ପାଇଁ ରକ୍ଷାବନ୍ଧନ କାଯ୍ୟକ୍ରମର ନିଆରା ପ୍ରୟାସ ରେ ସହରର ବହୁ ପରିବେଶବିତ, ବୁଦ୍ଧିଜୀବୀ, ବନ ବିଭାଗର ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ ମାନେ ମଧ୍ୟ ସାମିଲ ହୋଇଥାନ୍ତି। ବିଗତ ୨୩ ବର୍ଷ ଧରି ବୄକ୍ଷ ମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏଭଳି ନିଆରା ପଦକ୍ଷେପକୁ ସହରବାସୀ ବେଶ ପ୍ରଂଶସା କରୁଛନ୍ତି । ସମ୍ବଲପୁର ବୁଡାରଜା ବନ ସଂରକ୍ଷଣ ସମିତିର ନିଆରା ରକ୍ଷାବନ୍ଧନ ମାଧ୍ୟମରେ ପରିବେଶ ସୁରକ୍ଷା ସହ ବୄକ୍ଷ ମାନଙ୍କୁ ସୁରକ୍ଷା ଦେବା ବାତ୍ତା ସମାଜ ପାଖରେ ପହଞ୍ଚିବାରେ ଏହା ବେଶ ସହାୟକ ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories