www.samajalive.in
Monday, December 15, 2025
16.1 C
Bhubaneswar

ଦଳୀୟ ବିଧାୟକ ପ୍ରବାସ ଯୋଜନାରେ ବିଧାୟକ ନାଉରୀ ନାୟକ

ସମ୍ବଲପୁର: ସମ୍ବଲପୁର ଜିଲାର ରେଙ୍ଗାଲି ବିଧାୟକ ତଥା ବିଜେପିର ରାଜ୍ୟ ଉପ ସଭାପତି ନାଉରୀ ନାୟକ ଗତ ୨୧ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ ରାଜ୍ୟର ଜଗଦଲପୁର ବିଧାନସଭା କ୍ଷେତ୍ରରେ ଦଳ ପକ୍ଷରୁ କରାଯାଇଥିବା ‘ବିଧାୟକ ପ୍ରବାସ ଯୋଜନା’ ଅର୍ନ୍ତଗତ ପ୍ରବାସ କରିଛନ୍ତି। ଏ ସମ୍ପର୍କରେ ବିଧାୟକ ଶ୍ରୀ ନାୟକ କହିଛନ୍ତି ଯେ, ଦଳ ତରଫରୁ ଜନତାଙ୍କ ସହିତ ସିଧାସଳଖ ବର୍ତ୍ତା କରିବା ସହିତ ଦଳକୁ ତ୍ରୁଣମୂଳସ୍ତରରୁ ଆହୁରୀ ମଜବୁତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା କ୍ରମରେ ଏହା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଟେ। ଏହି ଅବସରରେ ମୋତେ ଛତିଶଗଡ଼ର ଜଗଦଲପୁର ବିଧାନସଭା କ୍ଷେତ୍ରରେ ୮ ଦିନ ରହି କାର୍ଯ୍ୟ କରିବାକୁ କେନ୍ଦ୍ରୀୟ ନେତୃତ୍ୱ ଛତିଶଗଡ଼ ରାଜ୍ୟ ବିଜେପି ଜରିଆରେ ନିର୍ଦ୍ଦେଶ ଦେଇଥିଲେ। ମୁଁ ପ୍ରବାସ ସମୟରେ କର୍ମୀ ମାନଙ୍କ ସହିତ ଆଲୋଚନା, କର୍ମୀ ବୈଠକ, ବୁଥ ସଙ୍ଗଠନ, ବିଭିନ୍ନ ବର୍ଗର ଜନତାଙ୍କ ଯଥା ଅନୂସୂଚିତ ଜାତି ଓ ଜନଜାତି, ମହିଳା, ଶ୍ରମିକ, କିଷାନ ଆଦି ସମସ୍ତଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ସମାଧାନର ପନ୍ଥା ଉପରେ ଚର୍ଚ୍ଚା ପରେ ରାଜ୍ୟ କମିଟିକୁ ମୁଁ ମୋର ରିପୋର୍ଟ ହସ୍ତାନ୍ତରିତ କରିଛି। ଉତ୍କଳ ସମାଜ, ଆରଣ୍ୟକ ବ୍ରାହ୍ମଣ ସମାଜ, ମାହାରା ସମାଜ, ଅନୂସୂଚିତ ଜାତି ସମାଜ, ଆଦିବାସୀ ସମାଜ, ସତନାମୀ ସମାଜ ଆଦି ବିଭିନ୍ନ ସମାଜ ଓ ବର୍ଗର ବ୍ୟକ୍ତିଙ୍କ ସହିତ ଭାବର ଆଦାନ ପ୍ରଦାନ କରିବାକୁ ସୁଯୋଗ ପାଇ ଏକ ନୂଆ ଅନୁଭୂତି ପ୍ରାପ୍ତ ହୋଇଛି, ଯାହାକି ଆଗାମୀ ଦିନରେ ମୋର ନିଜର ନିର୍ବାଚନ କ୍ଷେତ୍ର ରେଙ୍ଗାଲିରେ ମଧ୍ୟ ଜନସେବା କାର୍ଯ୍ୟକୁ ଆହୁରୀ ତ୍ୱରାନ୍ୱିତ କରିବା ପାଇଁ ବେଶ ସହାୟ ହେବ। ଦଳ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନରେ ସାମିଲ ହେବା ଦ୍ୱାରା ଏକ ନିଆରା ଅନୁଭୂତି ମିଳିଛି। ମୋ ଭଳି ଆମର ଦଳର ବିଧାୟକ ମୋହନ ମାଝୀ (କେନ୍ଦୁଝର), ନିତ୍ୟାନନ୍ଦ ଗଣ୍ଡ (ଉମରକୋଟ), କୁସୁମ ଟେଟେ (ସୁନ୍ଦରଗଡ଼), ଶଙ୍କର ଓରାମ (ବିରମିତ୍ରପୁର), ଭବାନୀ ଭୋଇ (ତଲାସରା) ଓ ସୁବାଷ ପାଣିଗ୍ରାହୀ (ଦେବଗଡ଼) ର ବିଧାୟକ ମାନେ ଛତିଶଗଡ଼ ରାଜ୍ୟ ଏବଂ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବ୍ରହ୍ମଗିରି), ମୁକେଶ ମହାଲିଙ୍ଗ (ଲୋଇସିଂହା), ଡ. ବୁଧାନ ମୁର୍ମୁ (ସାରସକାନା) ଓ କେ. ନାରାୟଣ ରାଓ (ପାରଳାଖେମୁଣ୍ଡି) ତେଲେଙ୍ଗାନା ରାଜ୍ୟକୁ ‘ବିଧାୟକ ପ୍ରବାସ ଯୋଜନା’ ଅର୍ନ୍ତଗତ ଯାଇଥିଲେ।

ଆଗାମୀ ଏପ୍ରିଲ ଓ ମେ ମାସରେ ସାଧାରଣ ନିର୍ବାଚନ ଆୟୋଜିତ ହେବା ପୁର୍ବରୁ କିଛି ମାସ ମଧ୍ୟରେ ଦେଶର ୫ଟି ରାଜ୍ୟ ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ରେ ବିଧାନସଭା ନିର୍ବାଚନ ହେବ। ଏହି ରାଜ୍ୟ ଗୁଡିକର ବିଧାନସଭା ନିର୍ବାଚନକୁ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ନିର୍ବାଚନ ରୂପେ ରାଜନୈତିକ ଦଳ ଗୁଡିକ ନେଉଛନ୍ତି। ଏହି କ୍ରମରେ ଅନ୍ୟ ମାନଙ୍କ ସହିତ ଭାରତୀୟ ଜନତା ପାର୍ଟି ମଧ୍ୟ ପ୍ରାକ ନିର୍ବାଚନୀ ପ୍ରସ୍ତୁତି ଜୋରସୋରରେ କରୁଛି। ଏଥି ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱର ନିର୍ଦ୍ଦେଶକ୍ରମେ ‘ବିଧାୟକ ପ୍ରବାସ ଯୋଜନା’ କାର୍ଯ୍ୟାନ୍ୱୟ କରି ସାରା ଦେଶରେ ଥିବା ଦଳୀୟ ବିଧାୟକ ମାନଙ୍କୁ ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟର ବିଭିନ୍ନ ବିଧାନସଭା କ୍ଷେତ୍ରରେ ୮ ଦିବସୀୟ ପ୍ରବାସର କାର୍ଯ୍ୟକ୍ରମ କରିଛନ୍ତି। ଏହି ପ୍ରବାସ କାର୍ଯ୍ୟକ୍ରମରେ ବିଧାୟକ ନିର୍ବାଚନ ହେବାକୁ ଥିବା ରାଜ୍ୟର ଏକ ବିଧାନସଭା କ୍ଷେତ୍ରରେ ୮ ଦିନ ଧରି ରହିବେ। ଏଣୁ ଓଡ଼ିଶାର ୧୧ ଜଣ ବିଧାୟକ ଛତିଶଗଡ଼ ଓ ତେଲେଙ୍ଗାନା ରାଜ୍ୟର ୧୧ଟି ବିଧାନସଭା କ୍ଷେତ୍ରକୁ ଯାଇ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ୮ ଦିନର ପ୍ରବାସରେ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories